Breaking PLUSଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତି

୨୦୨୯ରେ ମୋଦୀଙ୍କ ଚତୁର୍ଥ ପାଳି ନେଇ ଶାହଙ୍କ ଦୃଢ଼ୋକ୍ତି

୨୦୨୯ ଲୋକସଭା ନିର୍ବାଚନରେ ବିଜେପି ପୁଣି ବିଜୟୀ ହେବ ଏବଂ ନରେନ୍ଦ୍ର ମୋଦୀ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। ଏଭଳି ଦାବି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶୁକ୍ରବାର ଲକ୍ଷ୍ନୌରେ ଉତ୍ତରପ୍ରଦେଶ ବିଜେପିର ନବଗଠିତ ପ୍ରଦେଶ କାର୍ଯ୍ୟକର୍ତ୍ତାଙ୍କ ପ୍ରଥମ ବୈଠକରେ ଯୋଗଦେଇ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ।

ବୈଠକରେ ଦଳୀୟ କର୍ମୀଙ୍କ ଭୂମିକାକୁ ପ୍ରଶଂସା କରି ଶାହ କହିଛନ୍ତି, ତୃଣମୂଳସ୍ତରରେ କର୍ମୀଙ୍କ କଠିନ ପରିଶ୍ରମ ଯୋଗୁଁ ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ଏହି ଧାରା ଜାରି ରହିଲେ ୨୦୨୯ରେ ମଧ୍ୟ ମୋଦୀଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ ସରକାର ଗଢ଼ିବ। ଏଥିସହ ଉତ୍ତରପ୍ରଦେଶରେ ଦଳ ପୂର୍ଣ୍ଣ ବହୁମତ ହାସଲ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

୨୦୨୭ରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ ଶାହ ଦଳୀୟ ନେତା ଓ କର୍ମୀଙ୍କୁ ଏକଜୁଟ୍ ହୋଇ କାମ କରିବାକୁ କହିଛନ୍ତି। ରାଜ୍ୟରେ ବିଜେପି ସରକାର ଅଙ୍ଗଦଙ୍କ ପାଦ ଭଳି ଅଟଳ ରହିଛି ଏବଂ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିବ ବୋଲି ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ, ଉତ୍ତରପ୍ରଦେଶରେ ପୁଣି ବିଜେପି ସରକାର ଗଠନ ହେଲେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ କରାଯିବ ବୋଲି ଶାହ କହିଛନ୍ତି।

Show More

Related Articles

Back to top button