Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର
ବଦ୍ରିନାଥରୁ ଫେରୁଥିବା ବେଳେ ହେଲିକପ୍ଟର ଦୁର୍ଘଟଣା, ପାଇଲଟଙ୍କ ସମେତ ୬ ମୃତ

ଉତ୍ତରାଖଣ୍ଡର ଯୋଶୀମଠ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ପାଇଲଟ ଓ ୫ ଜଣ ଯାତ୍ରୀ ଅଛନ୍ତି। ହେଲିକପ୍ଟରଟି ବଦ୍ରିନାଥ ଧାମରୁ ଦର୍ଶନ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।
ସୂଚନା ଅନୁଯାୟୀ, ଟ୍ରାନ୍ସ ଭାରତ କମ୍ପାନୀର ହେଲିକପ୍ଟରଟି ଯାତ୍ରୀଙ୍କୁ ନେଇ ଫେରୁଥିବା ସମୟରେ ଯୋଶୀମଠର ମାରୱାଡ଼ି ଅଞ୍ଚଳ ନିକଟ ଚାୟ ଗାଁ ପାହାଡ଼ ପାଖରେ ହଠାତ୍ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପ୍ରଶାସନିକ ଟିମ୍ ଘଟଣାସ୍ଥଳକୁ ପହଞ୍ଚିଥିଲା। ଚମୋଲିର ଅତିରିକ୍ତ ଜିଲ୍ଲାପାଳ ବିବେକ ପ୍ରକାଶଙ୍କ ସୂଚନା ଅନୁଯାୟୀ, ହେଲିକପ୍ଟରର ସନ୍ଧାନ ପାଇଁ ଅଞ୍ଚଳରେ ସର୍ଚ୍ଚ ଓ ରେସ୍କ୍ୟୁ ଅଭିଯାନ ଆରମ୍ଭ ହୋଇଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଅପେକ୍ଷା କରାଯାଇଛି।



