Breaking PLUSଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ! ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ଫାଟି ୧୦ ମୃତ

ପାକିସ୍ତାନ: ପାକିସ୍ତାନର ସିନ୍ଧ ପ୍ରଦେଶରେ ଘଟିଛି ଏକ ଦୁଃଖଦ ଘଟଣା। ଏକ ସରକାରୀ ଡାକ୍ତରଖାନା ପରିସରରେ ଠିଆ ହୋଇଥିବା ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ହେବାରୁ ଜଣେ ରୋଗୀଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର ପୋଲିସ ଏବଂ ହସ୍ପିଟାଲ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ସିନ୍ଧ ପ୍ରଦେଶର ଥାରପାରକର ଜିଲ୍ଲାରେ ରାତି ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଜିଲ୍ଲା ପୋଲିସ ମୁଖ୍ୟ ଆରିଫ୍ ଅଜିଜ୍ କହିଛନ୍ତି ଯେ, ମୃତକଙ୍କ ମଧ୍ୟରେ ହସ୍ପିଟାଲର କର୍ମଚାରୀ, ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ରହିଛନ୍ତି।

ରୋଗୀ ସ୍ଥାନାନ୍ତର ବେଳେ ଅଘଟଣ

ବିସ୍ଫୋରଣ ଘଟିବା ସମୟରେ ରୋଗୀମାନଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିଲା। ଏହି ସମୟରେ ଆମ୍ବୁଲାନ୍ସ ଭିତରେ ଥିବା ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ହେବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଘଟଣାରେ ଏକାଧିକ ଲୋକଙ୍କ ଜୀବନ ଯାଇଥିବାରୁ ହସ୍ପିଟାଲ ପରିସରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ତଦନ୍ତ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

ଏହି ଦୁଃଖଦ ଘଟଣାକୁ ନେଇ ପାକିସ୍ତାନର ରାଷ୍ଟ୍ରପତି ଆସିଫ୍ ଅଲି ଜରଦାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତି ଅନୁସାରେ, ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ତଦନ୍ତ ପରେ ଏହି ବିସ୍ଫୋରଣ କିପରି ଘଟିଲା ଏବଂ ଏଥିପାଇଁ କେଉଁ କାରଣ ଦାୟୀ, ସେ ସମ୍ପର୍କରେ ଅଧିକ ସୂଚନା ମିଳିପାରିବ।

 

Show More

Related Articles

Back to top button