Breaking PLUSଅପରାଧଦେଶମୁଖ୍ୟ ଖବର

ଜୟପୁରରେ ସ୍ତ୍ରୀ ଓ ୩ ଝିଅଙ୍କୁ ହତ୍ୟା କରି ସ୍ୱାମୀ ଫେରାର

ଜୟପୁର: ରାଜସ୍ଥାନର ଜୟପୁରରେ ଘଟିଛି ଚାଞ୍ଚଲ୍ୟକର ପାରିବାରିକ ହତ୍ୟାକାଣ୍ଡ। ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ୩ ନାବାଳିକା ଝିଅଙ୍କୁ ହତ୍ୟା କରିବା ପରେ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି।

ପରିବାରର ସମସ୍ତେ ଶୋଇଥିବା ସମୟରେ ଅଭିଯୁକ୍ତ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ସିମେଣ୍ଟ ବ୍ଲକ୍‌ରେ ଆକ୍ରମଣ କରି ସେମାନଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୩ ଝିଅଙ୍କ ମୃତଦେହ ଘରର ତଳ ମହଲାରୁ ମିଳିଥିବା ବେଳେ ସ୍ତ୍ରୀଙ୍କ ମୃତଦେହ ଉପର ମହଲାରୁ ଉଦ୍ଧାର ହୋଇଛି।

ଘଟଣା ପରେ ଅଭିଯୁକ୍ତ ନିଜ ବୃଦ୍ଧ ବାପାଙ୍କ ପାଇଁ ଚା’ ପ୍ରସ୍ତୁତ କରିଥିଲେ। ଏହାପରେ ସେ ଘରୁ ପଳାଇଥିବା ଜଣାପଡ଼ିଛି। ପରିବାରର ଅନ୍ୟ ସଦସ୍ୟମାନେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତକୁ ଧରିବା ପାଇଁ ଏକାଧିକ ପୋଲିସ ଟିମ୍‌ ତଲାସୀ ଜାରି ରଖିଛନ୍ତି। ହତ୍ୟାକାଣ୍ଡର ପ୍ରକୃତ କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ ବିବାଦକୁ ନେଇ ତଦନ୍ତ କରାଯାଉଛି।

Show More

Related Articles

Back to top button