Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ବ୍ରିକ୍ସ ଅତିଥିଙ୍କ କିଟ୍‌ରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ପରିଚୟ

ନୂଆଦିଲ୍ଲୀ: ବିଶ୍ୱସ୍ତରୀୟ ମଞ୍ଚରେ ଓଡ଼ିଶାର କୋରାପୁଟ କଫିକୁ ମିଳିଛି ନୂଆ ପରିଚୟ। ନୂଆଦିଲ୍ଲୀରେ ଆୟୋଜିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେଇଥିବା ପ୍ରତିନିଧିମାନଙ୍କ କିଟ୍‌ରେ କୋରାପୁଟର ପ୍ରସିଦ୍ଧ ‘ଟାଇଗର ବ୍ରାଇଟ୍’ ଆରାବିକା କଫି ସ୍ଥାନ ପାଇଛି।

ବିଦେଶ ମନ୍ତ୍ରଣାଳୟର ଅନୁରୋଧକ୍ରମେ ଓଡ଼ିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ୍‌ (ଟିଡିସିସିଓଏଲ୍‌) ପକ୍ଷରୁ ୧,୫୦୦ରୁ ଅଧିକ ପ୍ୟାକେଟ୍‌ ‘ଟାଇଗର ବ୍ରାଇଟ୍’ କଫି ନୂଆଦିଲ୍ଲୀ ପଠାଯାଇଥିଲା। ଏହି ପଦକ୍ଷେପ ମାଧ୍ୟମରେ କୋରାପୁଟର ସ୍ଥାନୀୟ ଉତ୍ପାଦ ବିଶ୍ୱ ଅତିଥିଙ୍କ ନିକଟରେ ପହଞ୍ଚିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି, କୋରାପୁଟ କଫିର ବ୍ରିକ୍ସ ସମ୍ମିଳନୀରେ ସ୍ଥାନ ପାଇବା ଓଡ଼ିଶାର ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରରେ ପହଞ୍ଚାଇବା ସହ ‘ଭୋକାଲ୍‌ ଫର୍‌ ଲୋକାଲ୍‌’ର ଏକ ଉତ୍କୃଷ୍ଟ ଉଦାହରଣ।

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କାଶୀପୁର, ଦଶମନ୍ତପୁର, ନନ୍ଦପୁର, ଲମ୍ପଟାପୁଟ ଓ ପୋଟ୍ଟାଙ୍ଗୀ ଅଞ୍ଚଳରେ ଏହି କଫି ଚାଷ କରାଯାଉଛି। ପ୍ରାୟ ୯୨୦ ମିଟର ଉଚ୍ଚତାରେ ଚାଷ ହେଉଥିବା ଏହି କଫିର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି।

କୋରାପୁଟ କଲେକ୍ଟର ମନୋଜ ସତ୍ୟବାନ ମହାଜନ କହିଛନ୍ତି, ବ୍ରିକ୍ସ ଭଳି ଅନ୍ତର୍ଜାତୀୟ ମଞ୍ଚରେ କୋରାପୁଟ କଫିର ଉପସ୍ଥିତି ଜିଲ୍ଲାର ମାଟି, ଜଳବାୟୁ ଓ ଆଦିବାସୀ ଚାଷୀଙ୍କ ପରିଶ୍ରମକୁ ନୂଆ ପରିଚୟ ଦେଇଛି। ଏହା ଫଳରେ କୋରାପୁଟ କଫିର ବଜାର ବିସ୍ତାର ସହ ଚାଷୀମାନେ ମଧ୍ୟ ଲାଭବାନ ହେବାର ଆଶା ରହିଛି।

Show More

Related Articles

Back to top button