Breaking PLUSଖେଳମୁଖ୍ୟ ଖବରରାଜନୀତି

ନିର୍ମାଣ ଶ୍ରମିକଙ୍କୁ ବର୍ଷକୁ ୨ ଲକ୍ଷ ସ୍ୱାସ୍ଥ୍ୟ କଭର, ପରିବାର ପାଇଁ ୧୦ ଲକ୍ଷ

ନୂଆଦିଲ୍ଲୀ: ଦିଲ୍ଲୀର ନିର୍ମାଣ ଶ୍ରମିକ ଓ ସେମାନଙ୍କ ପରିବାରକୁ ମିଳିବ ବ୍ୟାପକ ସ୍ୱାସ୍ଥ୍ୟ ସୁବିଧା। ଉପରାଜ୍ୟପାଳ ତରନଜିତ ସିଂହ ସାନ୍ଧୁ ‘ଦିଲ୍ଲୀ ବିଲ୍ଡିଂ ୱର୍କର୍ସ ହେଲ୍ଥ୍‌ ସ୍କିମ୍‌’କୁ ମଞ୍ଜୁରି ଦେଇଛନ୍ତି। ଏହାଦ୍ୱାରା ଦିଲ୍ଲୀ ବିଲ୍ଡିଂ ଆଣ୍ଡ ଅଦର କନଷ୍ଟ୍ରକ୍ସନ ୱର୍କର୍ସ ୱେଲଫେୟାର ବୋର୍ଡରେ ପଞ୍ଜୀକୃତ ୨.୭ ଲକ୍ଷରୁ ଅଧିକ ଶ୍ରମିକ ଏବଂ ସେମାନଙ୍କ ଯୋଗ୍ୟ ଆଶ୍ରିତ ଉପକୃତ ହେବେ।

ଯୋଜନା ଅନୁସାରେ ପ୍ରତ୍ୟେକ ଶ୍ରମିକ ଓ ଯୋଗ୍ୟ ଜୀବନସାଥୀଙ୍କ ବର୍ଷକୁ ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଚୁକ୍ତିବଦ୍ଧ ହସ୍ପିଟାଲରେ ଓପିଡି ପରାମର୍ଶ, ରୋଗ ନିରୂପଣ ପରୀକ୍ଷା, ଔଷଧ ଓ ହସ୍ପିଟାଲରେ ଭର୍ତ୍ତି ଚିକିତ୍ସା କ୍ୟାଶ୍‌ଲେସ୍‌ ଭାବେ ମିଳିବ। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବାର୍ଷିକ ୨ ଲକ୍ଷ ଟଙ୍କା ଏବଂ ପରିବାର ପାଇଁ ସର୍ବାଧିକ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ କଭର ରହିବ।

ଦୁର୍ଘଟଣା, ବୃତ୍ତିଗତ ରୋଗ, ଦୀର୍ଘକାଳୀନ ରୋଗ, ବିଶେଷ ଚିକିତ୍ସା, ମାତୃତ୍ୱ ସେବା ଓ ପୁନର୍ବାସ ମଧ୍ୟ ଯୋଜନାର ଅଂଶ ହେବ। କାର୍ଯ୍ୟସ୍ଥଳରେ ଦୁର୍ଘଟଣା କିମ୍ବା ଜରୁରୀ ପରିସ୍ଥିତିରେ ଶ୍ରମିକ ନିକଟସ୍ଥ ଅଣଚୁକ୍ତିବଦ୍ଧ ହସ୍ପିଟାଲରେ ମଧ୍ୟ ଚିକିତ୍ସା ନେଇପାରିବେ।

ଯୋଜନାର କାର୍ଯ୍ୟକାରିତା ପାଇଁ ମୋବାଇଲ ମେଡିକାଲ ୟୁନିଟ୍‌ ନିୟୋଜିତ ହେବ। ଶ୍ରମିକଙ୍କ ସ୍ୱାସ୍ଥ୍ୟ ରେକର୍ଡ, ଚିକିତ୍ସା ବିବରଣୀ ଓ ଦାବି ନିଷ୍ପତ୍ତି ପାଇଁ ଡିଜିଟାଲ ବ୍ୟବସ୍ଥା ରହିବ। ଏହାସହ ଆର୍ଥିକ ସ୍ୱଚ୍ଛତା ପାଇଁ ଦାବି ଦେୟ ପୂର୍ବରୁ ତୃତୀୟ ପକ୍ଷ ଯାଞ୍ଚ କରାଯିବ। ଯୋଜନାର ତଦାରଖ ପାଇଁ ‘ବିଲ୍ଡିଂ ୱର୍କର୍ସ ହେଲ୍ଥ୍‌ କମିଟି’ ମଧ୍ୟ ଗଠନ କରାଯାଇଛି।

Show More

Related Articles

Back to top button