ଅପରାଧଓଡ଼ିଶା

ଆଠଗଡ଼ରେ ମଦ୍ୟପ ପୁଅ ଦ୍ୱାରା ପିତାଙ୍କୁ ହତ୍ୟା

କଟକ: ଆଠଗଡ଼ ଥାନା ଅଧୀନ ରଘୁନାଥପୁର ଗାଁରେ ଏକ ଭୟାବହ ଘଟଣା ଘଟିଛି। ଜଣେ ମଦ୍ୟପ ବ୍ୟକ୍ତି ନିଜ ପିତାଙ୍କ ମୁଣ୍ଡରେ ସିଳପୁଆ ଦ୍ୱାରା ଆଘାତ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତକଙ୍କ ପରିଚୟ ବିକଳ ନାୟକ ଭାବେ ହୋଇଥିବା ବେଳେ ଅଭିଯୁକ୍ତ ହେଉଛନ୍ତି ତାଙ୍କ ପୁଅ ଭୁତି ନାୟକ।
ସୂଚନାନୁସାରେ, ଶୁକ୍ରବାର ରାତିରେ ଭୁତି ମଦ୍ୟପ ଅବସ୍ଥାରେ ଘରକୁ ଫେରିଥିଲେ। କୌଣସି କାରଣକୁ ନେଇ ସେ ପିତାଙ୍କ ସହ ତର୍କ କରିଥିଲେ। ପରେ ରୋଷାକ୍ରାନ୍ତ ହୋଇ ସେ ଏକ ଭାରି ସିଳପୁଆ ନେଇ ପିତାଙ୍କ ମୁଣ୍ଡରେ ନିର୍ଦୟ ଭାବେ ଆକ୍ରମଣ କରିଥିଲେ, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।
ଘଟଣା ପରେ ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୁକ୍ତଙ୍କୁ ଧରି ବିଦ୍ୟୁତ ଖୁମ୍ବରେ ବାନ୍ଧି ଦେଇଥିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ।
ଖବର ପାଇ ଆଠଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ ଏବଂ ଅଭିଯୁକ୍ତ ପୁଅଙ୍କୁ ଗିରଫ କରିଥିଲେ।
ଅଭିଯୁକ୍ତଙ୍କୁ ହିରାସତରେ ନେଇ ଅଧିକ ତଦନ୍ତ ଚାଲିଛି।

Show More

Related Articles

Back to top button