ଦେଶମୁଖ୍ୟ ଖବର

କାଙ୍କେରରେ ଆଇଇଡି ବିସ୍ଫୋରଣ, ୩ ଯବାନ ଆହତ


ନୂଆଦିଲ୍ଲୀ: କାଙ୍କେର ଜିଲ୍ଲାରେ ପୁଣି ମାଓ ହିଂସା ଘଟଣା ସାମ୍ନାକୁ ଆସିଛି। ଛୋଟେବେଟିୟା ଜଙ୍ଗଲ ଅଞ୍ଚଳରେ ଆଇଇଡି ବିସ୍ଫୋରଣରେ ୩ ଡିଆରଜି (DRG) ଯବାନ ଗୁରୁତର ଆହତ ହୋଇଛନ୍ତି। ମାଓ ଦମନ ଅଭିଯାନ ସମୟରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।

ମାଓବାଦୀମାନେ ପୂର୍ବରୁ ଯବାନମାନଙ୍କୁ ଟାର୍ଗେଟ୍ କରି ଜଙ୍ଗଲ ଅଞ୍ଚଳରେ ଆଇଇଡି ପତିଥିବା ଅନୁମାନ କରାଯାଉଛି। ବିସ୍ଫୋରଣ ପରେ ଗୁରୁତର ଆହତ ଯବାନମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ରାୟପୁରର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ଉଲ୍ଲେଖ୍ୟ, ଗତ ମାର୍ଚ୍ଚ ୩୧ ତାରିଖରେ ରାଜ୍ୟ ସରକାର ଛତିଶଗଡ଼କୁ ନକ୍ସଲମୁକ୍ତ ଘୋଷଣା କରିଥିଲେ। କିନ୍ତୁ ଏହି ଘଟଣା ପୁଣିଥରେ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଛି। ସମ୍ଭାବ୍ୟ ନକ୍ସଲ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଅଞ୍ଚଳରେ ସୁରକ୍ଷା ବଳଙ୍କ ସତର୍କତା ବୃଦ୍ଧି କରାଯାଇଛି।

Show More

Related Articles

Back to top button