Breaking PLUSଆଇନ କାନୁନଦେଶମୁଖ୍ୟ ଖବରରାଜନୀତି

ଦିଲ୍ଲୀରେ ବିରୋଧୀ ନେତାଙ୍କୁ ଅଟକ, ମମତା-କେଜ୍ରିୱାଲଙ୍କୁ ଉଠାଇ ନେଲା ପୁଲିସ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ଚାଲିଥିବା ପ୍ରତିବାଦକୁ ନେଇ ପୁଲିସ କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଛି। ପ୍ରତିବାଦକୁ ସମର୍ଥନ ଜଣାଇଥିବା ଟିଏମସି ମୁଖ୍ୟ ମମତା ବାନାର୍ଜୀ, ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନେକ ବିରୋଧୀ ନେତାଙ୍କୁ ପୁଲିସ ଅଟକ ରଖିଛି।

ମମତା ବାନାର୍ଜୀ ଓ ଟିଏମସିର ପ୍ରାୟ ପାଞ୍ଚ ଜଣ ସାଂସଦ ଯନ୍ତରମନ୍ତରରେ ଆନ୍ଦୋଳନରେ ସାମିଲ ହେବାକୁ ଆସିଥିଲେ। ହେଲେ ପୁଲିସ ସେମାନଙ୍କୁ ସେଠାକୁ ଯିବାକୁ ଦେଇନଥିଲା। ପରେ ସାଉଥ୍ ଆଭିନ୍ୟୁ ନିକଟରେ ଧାରଣା ଦେଇଥିବା ମମତା ଓ ଅନ୍ୟ ସାଂସଦଙ୍କୁ ପୁଲିସ ବସ୍‌ରେ ଉଠାଇ ନେଇଥିଲା।

ଅନ୍ୟପକ୍ଷରେ, ଲୋଧି ଇଷ୍ଟେଟ୍ ନିକଟରେ ଆପ୍ ନେତା ଓ କର୍ମୀଙ୍କ ସହ ପ୍ରତିବାଦ କରୁଥିବା କେଜ୍ରିୱାଲଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏବଂ ସିପିଆଇ(ଏମ୍) ସାଂସଦ ଜନ୍ ବ୍ରିଟାସଙ୍କୁ ମଧ୍ୟ ଅଟକ ରଖାଯାଇଥିବା ଖବର ମିଳିଛି।

ପୁଲିସ ଅଟକରୁ ମମତା କହିଛନ୍ତି, ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଉଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳିନଥିଲା। ଏହାକୁ ସେ ଗଣତନ୍ତ୍ର ପାଇଁ କଳାଦିନ ବୋଲି ଅଭିହିତ କରିଛନ୍ତି। ଏଥିସହ ନିର୍ବାଚନୀ ପ୍ରକ୍ରିୟା ଓ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ପାଇଁ ବିରୋଧୀଙ୍କ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।

ରିପୋର୍ଟ ଅନୁସାରେ, ପ୍ରତିବାଦ ସମୟରେ ପୁଲିସ ଦୁଇ ହଜାରରୁ ଅଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି।

Show More

Related Articles

Back to top button