Breaking PLUSଦେଶବଲିଉଡମୁଖ୍ୟ ଖବରରାଜନୀତିସେଲିବ୍ରିଟି
ସିଇସିଙ୍କ ଇସ୍ତଫା ଦାବିରେ ବିକ୍ଷୋଭ, ମୁମ୍ବାଇରେ ଅଭିନେତା ଇମ୍ରାନ ଖାନ୍ ଅଟକ

ମୁମ୍ବାଇ/ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଚାଲିଥିବା ଆନ୍ଦୋଳନ ବେଳେ ଶନିବାର ମୁମ୍ବାଇରେ ବଲିଉଡ୍ ଅଭିନେତା ଇମ୍ରାନ ଖାନ୍ଙ୍କୁ ପୋଲିସ ଅଟକ ରଖିଛି। ସେ କ୍ରାନ୍ତି ମୈଦାନ ଅଭିମୁଖେ ଯାଉଥିବା ସମୟରେ ପୋଲିସ ତାଙ୍କୁ ଅଟକାଇଥିଲା। ଏହାସହ ଆନ୍ଦୋଳନରେ ସାମିଲ ହୋଇଥିବା ପ୍ରାୟ ୪୦୦ ଜଣଙ୍କୁ ମୁମ୍ବାଇ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ, କକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀର କେତେକ ମେଟ୍ରୋ ଷ୍ଟେସନ ବନ୍ଦ କରାଯିବା ସହ ୬୧ଟି ଟ୍ରେନ୍ ବାତିଲ କରାଯାଇଥିବା ଖବର ମିଳିଛି। ଏହାସହ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ଦିଲ୍ଲୀରେ ପ୍ରାୟ ୨୩ ହଜାର ପୋଲିସ କର୍ମଚାରୀ ମୁତୟନ ହୋଇଥିବା ସୂଚନା ରହିଛି।



