
ପୁରୀ : ରେଳଷ୍ଟେସନରେ ଲଗେଜ୍ ସ୍କାନିଂ ବେଳେ ଯାତ୍ରୀଙ୍କ ବ୍ୟାଗ୍ରୁ ବିଡା ବିଡା ନୋଟ ଜବତ ।ଏପରି ଘଟଣା ଗତକାଲି ପୁରୀ ରେଳଷ୍ଟେସନରେ ଦେଖିବାକୁ ମିଳିଛି । ଜଣେ ଯାତ୍ରୀଙ୍କ ଲଗେଜ୍ ସ୍କାନିଂ ସମୟରେ ଏହି ଟଙ୍କା ଜବତ କରିଛି ଆରପିଏଫ ।
ତେବେ ମିଳିଥିବା ସୂଚନା ଅନୁଯାୟୀ , ଆରପିଏଫ ଯାତ୍ରୀଙ୍କ ବ୍ୟାଗରୁ ନଗଦ ୨୮ ଲକ୍ଷ ୮୫ ହଜାର ୫ଶହ ଟଙ୍କା ଜବତ କରିବା ସହ ମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ଯାତ୍ରୀଙ୍କ ନାଁ ଉଦୟ କୁମାର ଓ ଘର ବିଶାଖାପାଟଣାର ନରସିପାଟନମ୍ରେ ବୋଲି ଜଣା ପଡ଼ିଛି।