‘ଝଲକ୍ ଦିଖଲା ଜା’ ସିଜନ ୧୦ ରେ ନଜର ଆସିବେ ଦୂତି

‘ଝଲକ୍ ଦିଖଲା ଜା’ ସିଜନ ୧୦ ରେ ନଜର ଆସିବେ ସ୍ପ୍ରିଣ୍ଟର୍ ଦୂତି ଚାନ୍ଦ । କଲର୍ସ ଚ୍ୟାନେଲରେ ପ୍ରସାରିତ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ‘ଝଲକ ଦିଖ ଜା’ର ଦଶମ ସଂସ୍କରଣରେ ଖୁବଶୀଘ୍ର ଦୂତିଙ୍କୁ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିବ ।
ଏହି ନୂତନ ଅବତାର ବିଷୟରେ ନିଜେ ଦୂତି କହିଛନ୍ତି “ମୁଁ ନିଜକୁ ବିଭିନ୍ନ ନୃତ୍ୟ ଫର୍ମ ପ୍ରଦର୍ଶନ କରିବା ଏବଂ ଏହିପରି ତାରକା ଅଭିନେତାମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା କଳ୍ପନା କରି ନାହିଁ।’ ସେହିପରି ମୁଁ ଜଣେ କ୍ରୀଡ଼ାବିତ୍ ଭାବରେ ନୁଆ ନୁଆ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ଭଲ ପାଏ। ମୁଁ ଲାଇଭ୍ ଦର୍ଶକଙ୍କ ସାମ୍ନାରେ ଅଭିନୟ କରିବାକୁ ଅଭ୍ୟସ୍ତ, କିନ୍ତୁ ଏହା ଏକ ନୂତନ ଅନୁଭୂତି ହେବ।’
ସୂଚନା ଯୋଗ୍ୟ, ଫେବୃଆରୀ ୩, ୧୯୯୬ ରେ ଓଡିଶାର ଯାଜପୁର ଜିଲ୍ଲାର ଚକଗୋପାଳପୁର ଗ୍ରାମର ଏକ ବୁଣାକାର ପରିବାରରେ ଜନ୍ମଗ୍ରହଣ କରିଥିଲେ ଦୂତି । କିନ୍ତୁ ଏସବୁ ସତ୍ତ୍ୱେ ସେ କ୍ରୀଡ଼ାରେ ନିଜର ଚମତ୍କାରତା ପ୍ରମାଣ କରିଛନ୍ତି ଏବଂ ବର୍ତ୍ତମାନ ସେ ତାଙ୍କ ନୃତ୍ୟ ପ୍ରତିଭା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛନ୍ତି।


