Breaking PLUSଦେଶମୁଖ୍ୟ ଖବର

ମଧ୍ୟପ୍ରଦେଶର କିଛି ସ୍ଥାନରେ ଭୂକମ୍ପ ଝଟ୍‌କା ଅନୁଭୂତ

ଭୋପାଳ- ମଧ୍ୟପ୍ରଦେଶର କିଛି ସ୍ଥାନରେ ଶୁକ୍ରବାର ରାତିରେ ଭୂକମ୍ପ ଅନୁଭୂତ ହୋଇଛି । ଭୂପୃଷ୍ଠ ଥରିବା ଯୋଗୁ ଲୋକେ ଭୟରେ ବାହାରକୁ ପଳାଇଆସିଥିଲେ । ଭୂକମ୍ପ ଯୋଗୁ ଲୋକେ ଭୟଭୀତ ହୋଇପଡିଛନ୍ତି । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପର କେନ୍ଦ୍ର ନେପାଳରେ ଥିବା ସୂଚନା ମିଳିଛି । ଶୁକ୍ରବାର ରାତି 11.30ରେ ଭୋପାଳ, ଗ୍ୱାଲିୟର, ଜବଲପୁର, ସତନା, ରିବା ସମେତ କିଛି ସହରରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା । ମଧ୍ୟପ୍ରଦେଶରେ 3.9 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।

Show More

Related Articles

Back to top button