Breaking PLUSଦେଶମୁଖ୍ୟ ଖବର

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟ୍‌କା ଅନୁଭୂତ

ହିମାଚଳ ପ୍ରଦେଶରେ ଶନିବାର ସକାଳେ ଭୂମିକମ୍ପ ଝଟକା ଅନୁଭବ ହୋଇଛି। ମଣ୍ଡି ସହରରେ ଭୂକମ୍ପ ଝଟକା ଥରେ ନୁହେଁ ବରଂ ୩ ଥର ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୩ ରେକର୍ଡ଼ କରାଯାଇଛି। ମାତ୍ର ଝଟକା ଅନୁଭବ ହେବା ମାତ୍ରେ ଲୋକେ ଭୟରେ ନିଜ ନିଜ ଘର ବାହାରକୁ ପଳାଇ ଆସିଥିଲେ। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଭୂକମ୍ପ ଭୂମି ଠାରୁ ପ୍ରାୟ ୫ କିଲୋମିଟର ଗଭୀର ଥିଲା। ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button