Breaking PLUSଦେଶମୁଖ୍ୟ ଖବର
ଜମ୍ମୁ-କଶ୍ମୀର ଓ ଲଦ୍ଦାଖରେ ଭୂକମ୍ପ ଝଟ୍କା

ଜମ୍ମୁ- ଜମ୍ମୁ କଶ୍ମୀର ଏବଂ ଲଦ୍ଦାଖରେ ସୋମବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଶ୍ରୀନଗର, ପୁଞ୍ଛ, କିସ୍ତୱାଡ, କାରଗିଲ ସମେତ ଦୁଇଟି ରାଜ୍ୟର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ ଦ୍ୱିପ୍ରହର 3.48 ମିନିଟ ସମୟରେ ପ୍ରଥମ ଝଟ୍କା ଅନୁଭୂତ ହୋଇଥିଲା । ଏହାପରେ 3.57 ମିନିଟରେ ଦ୍ୱିତୀୟ ଝଟ୍କା ଅନୁଭୂତ ହୋଇଥିଲା । ଦ୍ୱିତୀୟ ଝଟ୍କାର ତୀବ୍ରତା 3.8 ରହିଥିଲା । ଏହି ଦୁଇଟି ଯାକ ଝଟ୍କାର କେନ୍ଦ୍ର ଲଦ୍ଦାଖର କାରଗିଲରେ ବୋଲି ସୂଚନା ମିଳିଛି । ଏହାପରେ 4.1ରେ ତୃତୀୟ ଝଟ୍କା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା 4.8 ରହିଥିଲା । ଏବଂ ଚତୁର୍ଥ ଝଟ୍କା 4.18ରେ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା 3.6 ରେକର୍ଡ ହୋଇଥିଲା । ତୃତୀୟ ଓ ଚତୁର୍ଥ ଭୂକମ୍ପର କେନ୍ଦ୍ର ଜମ୍ମୁର କିସ୍ତୱାଡରେ ବୋଲି ଜଣାପଡିଛି ।