
ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପର ଝଟକା ଲାଗିଛି । ଶୁକ୍ରବାର ଆଣ୍ଡାମନ ନିକୋବର ଦ୍ୱୀପପୁଞ୍ଜ କାମ୍ପବେଲ ବେଳେ ଭୂମିକମ୍ପ ହୋଇଥିବା ସୂଚନାମିଳିଛି। ଏହାର ରିକ୍ଟର ସ୍କେଲ୍ରେ ତିବ୍ରତା ୬.୧ ରେକର୍ଡ଼ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଏହି ସୂଚନା ଦେଇଛନ୍ତି। ଗତକାଲି ରାତି ୨ଟା ୩୦ ସମୟରେ କାମ୍ପବେଲରେ ଏହି ଭୂମିକମ୍ପ ହୋଇଥିଲା। ଭୂମିର ୭୫ କିମି ଗଭୀର ତଳେ ଏହାର ଉତ୍ପତି ହୋଇଥିବା ସୂଚନାମିଳିଛି। ଏହାଦ୍ୱାରା କୌଣସି ଧନ ଜୀବନ କ୍ଷତି ହୋଇନଥିବା ଜଣାପଡ଼ିଛି।


