ଲେହ ଲଦାଖ ଓ ମିଆଁମାରରେ ଏକା ସାଙ୍ଗରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଜାତୀୟ ଭୂମିକମ୍ପ କେନ୍ଦ୍ର ଅନୁସାରେ ଲେହ ଲଦାଖରେ ବିଳମ୍ୱିତ ରାତିରେ ୩.୮ ତୀବ୍ରତାରେ କମ୍ପନ ଅନୁଭୂତ ହୋଇଥିଲା । ସେହିଭଳି ମିଆଁମାର ମୋନିବା ନିକଟରେ ୫.୫ ତୀବ୍ରତାରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଦୁଇଟି ସ୍ଥାନରେ ଭୂମିକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବାର ସୂଚନା ମିଳିଛି ।
ଏହା ପୂର୍ବରୁ କିଛିଦିନ ତଳେ କର୍ଣ୍ଣାଟକର ବିଜୟପୁର ଜିଲ୍ଲାରେ ବାଗେବାଡ଼ି ପାଖରେ ମଙ୍ଗଳବାର ଦିନ ଭୂମିକମ୍ପର ଝଟକା ଦେଖାଯାଇଥିଲା ଏହାର ତିବ୍ରତା ରିକ୍ଟର ସ୍କେଲରେ ୨.୯ ଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା । ହେଲେ ବିଳ୍ମୱିତ ରାତିରେ କମ୍ପନ ହୋଇଥିବାରୁ ଲୋକେ ବାହାରକୁ ଉଠି ପଳାଇ ଆସିଥିଲେ ।