Breaking PLUSଓଡ଼ିଶାମୁଖ୍ୟ ଖବର
ପ୍ରସ୍ତୁତ ହୋଇଗଲାଣି ECMO ମେସିନ୍, ଆସନ୍ତା ଅଗଷ୍ଟ ୧୫ରୁ ଆରମ୍ଭ ହେବ ସେବା
କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆସନ୍ତା ଅଗଷ୍ଟ ୧୫ରୁ କରୋନା ରୋଗୀଙ୍କ ପାଇଁ ECMO ଚିକିତ୍ସା ଆରମ୍ଭ ହେବ। ଏନେଇ ଡାଇରେକ୍ଟର ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ (DMET) ସିବିକେ ମହାନ୍ତି ଶନିବାର କହିଛନ୍ତି।

କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆସନ୍ତା ଅଗଷ୍ଟ ୧୫ରୁ କରୋନା ରୋଗୀଙ୍କ ପାଇଁ ECMO ଚିକିତ୍ସା ଆରମ୍ଭ ହେବ। ଏନେଇ ଡାଇରେକ୍ଟର ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ (DMET) ସିବିକେ ମହାନ୍ତି ଶନିବାର କହିଛନ୍ତି।
“ଏସସିବିରେ ନଅଟି ECMO ମେସିନ୍ ସ୍ଥାପିତ ହୋଇଥିବାବେଳେ ଏହି ମେସିନ୍ ଚଳାଇବା ପାଇଁ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ନିଯୁକ୍ତ କର୍ମଚାରୀଙ୍କୁ କୋଲକାତାର ସ୍ୱାସ୍ଥ୍ୟ ଅଧିକାରୀ ତାଲିମ ଦେଇଥିଲେ ବୋଲି ମହାନ୍ତି କହିଛନ୍ତି।
ଏସସିବିରେ ECMO ଚିକିତ୍ସା ପାଇଁ ଦୁଇଟି ୟୁନିଟ୍ ମେସିନ୍ ସ୍ଥାପନ କରାଯାଇଥିବା ସେ କହିଛନ୍ତି।
ଦ୍ୱିତୀୟ ୟୁନିଟ୍ ର ତିନୋଟି ECMO ମେସିନ୍ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବାବେଳେ ଅନ୍ୟ ୬ ଟି ମେସିନ୍ କରୋନା ପରବର୍ତ୍ତୀ ସମସ୍ୟା ଦେଖାଯାଉଥିବା ରୋଗୀଙ୍କ ପାଇଁ ବ୍ୟବହୃତ ହେବ ବୋଲି DMET କହିଛି।