Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ୨୭ରୁ ରାଜ୍ୟରେ ଇକ୍‌ମୋ ଚିକିତ୍ସା

ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଇକ୍‌ମୋ ଚିକିତ୍ସା । ଆସନ୍ତା ୨୭ ତାରିଖରୁ କଟକ ଏସସିବିରେ ଆରମ୍ଭ ହେବ ଇକ୍‌ମୋ ଚିକିତ୍ସା। ଏସସିବିରେ ସମୁଦାୟ ୯ଟି ଇକ୍‌ମୋ ମେସିନ୍ ରହିବ। ପୂର୍ବ ଭାରତରେ ଏହା ସବୁଠୁ ବଡ଼ ୟୁନିଟ ହେବ। ମଙ୍ଗଳବାର ଏନେଇ ଏସସିବି ମେଡିକାଲରେ ସମୀକ୍ଷା କରାଯାଇଥିଲା ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି।

ସେହିପରି ରାଜ୍ୟରେ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଡିଏମଇଟି କହିଛନ୍ତି ଯେ, ତୃତୀୟ ଲହର ଆସିଲେ ବି ଦ୍ଵିତୀୟ ଲହର ଭଳି ନହୋଇପାରେ। ଯଦି ଭାଇରସ୍ ରୂପ ବଦଳାଏ ତାହେଲେ ପ୍ରଭାବ ଅଧିକ ରହିବ। ଯଦି ରୂପ ନବଦଳାଏ ତାହେଲେ ଏତେ ପ୍ରଭାବ ରହିବ ନାହିଁ। ବିଭିନ୍ନ ମଡେଲ ଭିନ୍ନଭିନ୍ନ ଆକଳନ କରୁଛନ୍ତି। କେଉଁ ମଡେଲ କହୁଛି ଦେଶରେ ଦିନକୁ ୪ରୁ ୫ ଲକ୍ଷ ପଜିଟିଭି ଚିହ୍ନଟ ହେବ। ଆଉ କେଉଁ ମଡେଲ କହୁଛି, ଏତେ ପ୍ରଭାବ ପଡିବ ନାହିଁ। ଆଇଆଇଟି କାନପୁର ସୂତ୍ର ମଡେଲ କହୁଛି ଓଡ଼ିଶାରେ ତୃତୀୟ ଲହରର ବିଶେଷ ପ୍ରଭାବ ରହିବ ନାହିଁ। କିନ୍ତୁ ମଡେଲ ଯାହା କହୁ ସରକାର ସବୁ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି।

Show More

Related Articles

Back to top button