
ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଗୁରୁବାର ଶିଳ୍ପପତି ଓ ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ବଡ ଝଟକା ଲାଗିଛି। ଇଡି ତାଙ୍କ ସହ ସମ୍ପୃକ୍ତ ୫୮୧ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।
ଏହି ସମ୍ପତ୍ତି ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ ଓ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ ମାଲିକାନାରେ ଥିବା ଜଣାପଡ଼ିଛି। ଗୋଆ, କେରଳ, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ, ଉତ୍ତର ପ୍ରଦେଶ, ହରିୟାଣା, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ଓ ରାଜସ୍ଥାନରେ ଥିବା ଏହି ସମ୍ପତ୍ତିଗୁଡ଼ିକୁ ଜବତ କରାଯାଇଛି।
ପ୍ରାୟ ୧୧ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି ଓ ବିଦେଶୀ ମୁଦ୍ରା ପରିଚାଳନା ଆଇନ ଉଲ୍ଲଂଘନ ଅଭିଯୋଗରେ ରିଲାଏନ୍ସ ଗ୍ରୁପ ବିରୋଧରେ ଇଡି ତଦନ୍ତ କରୁଛି। ଏହି ମାମଲାରେ ମାର୍ଚ୍ଚ ୧୧ରେ ଏହି ସମ୍ପତ୍ତି ଜବତ କରିବାକୁ ଇଡିକୁ ନିର୍ଦେଶ ମିଳିଥିଲା।



