ମହଙ୍ଗା ମାଡ ମଧ୍ୟରେ ସାମାନ୍ୟ ଆଶ୍ୱସ୍ତି । ଖୁବଶୀଘ୍ର କମିପାରେ ଖାଇବା ଦେଲ ଦର । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ହ୍ରାସ ପାଇବା ପରେ ଏନେଇ ସମ୍ଭାବନା ସୃଷ୍ଟି ହୋଇଛି । ଏହାବାଦ୍ ଡିଜେଲ୍ ଓ ବିମାନ ଇନ୍ଧନ ରପ୍ତାନୀ ଉପରେ କେନ୍ଦ୍ର ସରକାର ଶୁଳ୍କରେ ହ୍ରାସ କରିଥିବାରୁ ତୈଳଦର କମିବା ଆଶା କରାଯାଉଛି ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଗତ କିଛି ଦିନ ହେବ ଉଭୟ ପେଟ୍ରୋଲ୍ ଓ ଡିଜେଲ ଦର ସ୍ଥିର ରହିଛି । ସରକାର ଟିକସ ହ୍ରାସ କରିଥିବାରୁ ଏହି ମୂଲ୍ୟ ହ୍ରାସ ହେବାର ସମ୍ଭାବନା ଦେଖାଦେଇଛି । ଏପରିକି ଆସନ୍ତା ଦୀପାବଳି ସୁଦ୍ଧା ଉଭୟ ତୈଳଦରରେ ୭ ଟଙ୍କା ଲେଖାଏଁ ହ୍ରାସ ଘଟିପାରେ । ଏବେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୯୦ ଡଲାର ରହିଛି । ଆଗାମୀ ଦିନରେ ଏହା ୮୭ ଡଲାରକୁ ଖସିବା ସମ୍ଭାବନା ରହିଛି ।
କେନ୍ଦ୍ର ସରକାର ଜାରି କରିଥିବା ସୂଚନାରୁ ପ୍ରକାଶ, କେନ୍ଦ୍ର ସରକାର ଡିଜେଲ ରପ୍ତାନୀ ଶୁଳ୍କ ୧୩.୫ରୁ ୧୦ ଟଙ୍କାକୁ ହ୍ରାସ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେବ ତେଲ ଦର ବୃଦ୍ଧିକୁ ନେଇ ଖାଉଟିମାନେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଏଥିନେଇ କ୍ଷୋଭ ପ୍ରକାଶ କରୁଥିଲେ ।