ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଚାହୁଁ ଚାହୁଁ ଚଳନ୍ତା ଇଲେକ୍‌ଟ୍ରୋନିକ୍ ସ୍କୁଟର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ଡେଲିଭରୀ ବୟ

ଲକ୍ଷ୍ନୌ: ଚାହୁଁ ଚାହୁଁ ଜଳିଗଲା ଚଳନ୍ତା ଇ-ସ୍କୁଟର। ଚଳନ୍ତା ଇ-ସ୍କୁଟର୍‌ରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲେ ଡେଲିଭରୀ ବୟ। ଏଭଳି ଏକ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶ ନଏଡାର ସେକ୍ଟର-୭୩ରେ। ବିଗ୍ ବାସ୍କେଟ୍‌ର ଜଣେ ଡେଲିଭରୀ ବୟ ନିଜ ଇ-ସ୍କୁଟର୍‌ରେ କିଛି ସାମଗ୍ରୀ ଡେଲିଭରୀ କରିବା ପାଇଁ ଜାତୀୟ ରାଜପଥରେ ଯାଉଥିଲେ। ଏତିକି ବେଳେ ହଠାତ୍ ତାଙ୍କ ଇଲେକ୍‌ଟ୍ରୋନିକ୍ ସ୍କୁଟର୍‌ରେ ନିଆଁ ଲାଗିଯାଇଥିଲା। ଏହା ଦେଖି ସ୍କୁଟର୍‌ରୁ ସଙ୍ଗେ ସଙ୍ଗେ ଡେଇଁପଡିଥିଲେ ଡେଲିଭରୀ ବୟ। ନିଜ ଜୀବନ ବଞ୍ଚାଇଥିଲେ। ପରେ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ନିଆଁ ଲଭିବାବେଳକୁ ସ୍କୁଟର୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଏହି ଇଲେକ୍‌ଟ୍ରୋନିକ୍ ସ୍କୁଟର୍‌ଟି ବିଗ୍ ବାସ୍କେଟ୍‌ର ଡେଲିଭରୀ ବୟ ଚନ୍ଦ୍ର ପ୍ରକାଶଙ୍କର ଥିଲା ବୋଲି ସୂଚନାମିଳିଛି। ତେବେ ତାଙ୍କ ଇ-ସ୍କୁଟର୍‌ରେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନାହିଁ। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ପୁଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button