Breaking PLUSଓଡ଼ିଶାମୁଖ୍ୟ ଖବର

୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ

ଭୁବନେଶ୍ୱର- ୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ କରାଯିବ। ଆଜି ବିଧାନସଭା ପ୍ରଶ୍ନକାଳରେ ବିଜୁଳି ସଂଯୋଗ ସମ୍ପର୍କରେ ଆଲୋଚନା ହେବା ବେଳେ ଏହି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ କେ.ଭି ସିଂଦେଓ। ସମସ୍ତ ଗାଁକୁ କେବେ ବିଜୁଳି ସଂଯୋଗ ହେବ ତେଲକୋଇ ବିଧାୟକ ଫକୀର ମୋହନ ନାୟକ ଏବଂ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ୨୪ବର୍ଷ ହେବ ଆପଣଙ୍କ ସରକାର ଥିଲା। କାହିଁକି କମିଟି ନିୟମିତ ବସିନଥିଲା ଆପଣ ସେତେବେଳେ କହିବା କଥା। ଆମେ ୩ମାସ ହେବ ଆସିଛୁ, ନିୟମିତ କମିଟି ବସିବ ବୋଲି ଆଶ୍ୱାସନା ଦେଇଛନ୍ତି କେଭି।

Show More

Related Articles

Back to top button