Breaking PLUSଦୁର୍ଘଟଣାମୁଖ୍ୟ ଖବର
କେନ୍ଦୁଝର ଜିଲ୍ଲା ସାହାରପଡା ସେକ୍ସନରେ ହାତୀ ଉପଦ୍ରବ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ସେକ୍ସନ ଅଞ୍ଚଳରେ ୩ ଦିନ ହେବ ୨୩ ଟି ହାତୀ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ପଲ ଦିନ ବେଳା କରଞ୍ଜିଆ ରେଞ୍ଜ ବଡ ଦେଉଳି ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ପାଟଣା ରେଞ୍ଜକୁ ପ୍ରବେଶ କରୁଛନ୍ତି । ବିଳମ୍ବିତ ରାତିରେ ହାତୀପଲ ଦେଓ ନଦୀ ପାର ହୋଇ ସାହାରପଡା ସେକ୍ସନର ତୋଣ୍ଡ ଅଞ୍ଚଳରେ ଏକର ଏକର ଧାନ ଫସଲ ସବୁ ନଷ୍ଟ କରିଦଉଛନ୍ତି । ଗାଁ ନିକଟରେ ହାତୀ ପଲ ଥିବାରୁ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ହାତୀ ଘଉଡାଇବାକୁ ବନ ବିଭାଗର ଉଦ୍ୟମ ଜାରି ରଖିଥିବା ବେଳେ ଖୁବ୍ ଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିପୂର ଯୋଗାଇବା ସହ ହାତୀ ପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ । ହାତୀ ମାନଙ୍କ ଉପଦ୍ରବ ଯୋଗୁଁ ଗ୍ରାମବାସୀମାନେ ରାତିରେ ଭୟରେ ଶୋଇପାରୁ ନାହାନ୍ତି । ବହୁତ ଭୟଭୀତରେ ଅଞ୍ଚଳବାସୀମାନେ ରହୁଛନ୍ତି ।