Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

ସେନେଗଲର ହସ୍ପିଟାଲରେ ନିଆଁ ଲାଗି ୧୧ ଜଣ ନବଜାତ ଶିଶୁ ମୃତ୍ୟୁ

ପଶ୍ଚିମ ଆଫ୍ରିକାର ସେନେଗଲର ତିଭାଓନେ ସହରସ୍ଥିତ ଏକ ହସ୍ପିଟାଲରେ ନିଆଁ ଲାଗି ୧୧ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି । ରାଷ୍ଟ୍ରପତି ମ୍ୟାକି ସାଲ ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି । ତିଭାଓନେ ସହରର ରାଜଧାନୀ ଡକାର ଠାରୁ ପାଖାପାଖି ୧୨୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି । ରାଷ୍ଟ୍ରପତି ହସ୍ପିଟାଲରେ ନବଜାତ ବିଭାଗରେ ନିଆଁ ଲାଗିବାରୁ ୧୧ ଜଣ ନବଜାତଙ୍କ ମୃତ୍ୟୁ ହୋଇଥିବା କଥା ଶୁଣି କହିଲେ । ଏହା ଏକ ହୃଦୟଥରା ତଥା କଷ୍ଟଦାୟକ ଘଟଣା ।ଏହି ଘଟଣା ବାବଦରେ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ତେବେ ବର୍ତ୍ତମାନ ଯାଏଁ ନିଆଁ ଲାଗିବାର ପ୍ରକୃତ କାରଣ ତାହା ଏବେ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଦୁର୍ଘଟଣାର ତଦନ୍ତ ଏବେ ଜାରି ରହିଛି । ସେନେଗଲରେ ଅଧ ରାତିରେ ରାଷ୍ଟ୍ରପତି ମ୍ୟାକି ସାଲ ଟ୍ୱିଟର ଯୋଗେ ଏହି ଘୋଷଣା କରିଛନ୍ତି । ଏହି ଅଗ୍ନିକାଣ୍ଡ ଯୋଗୁଁ ୧୧ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା କଥା ତାଙ୍କୁ ବ୍ୟଥିତ କରିଛି । ମୃତ ଶିଶୁଙ୍କ ପରିବାର ଲୋକଙ୍କୁ ସେ ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ତେବେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ସର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି । ସୂଚନାଯୋଗ୍ୟ, କି କିଛି ଦିନ ତଳେ ହିଁ ଏହି ହସ୍ପିଟାଲର ଉଦ୍‌ଘାଟନ ହୋଇଥିଲା ।

Show More

Related Articles

Back to top button