
ମେଲ୍ବର୍ଣ୍ଣ: ପାକିସ୍ତାନ ଠାରୁ ଇଂଲଣ୍ଡ ଛଡ଼ାଇ ନେଲା ବିଶ୍ୱକପ୍। ‘ଟି-୨୦ ବିଶ୍ୱକପ୍’ରେ ଆଜି ପାକିସ୍ତାନକୁ ୫ ଓ୍ୱିକେଟ୍ରେ ହରାଇ ଇଂଲଣ୍ଡ ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ଷ୍ଟୋକ୍ସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଚାମ୍ପିଅନ୍ ହୋଇଛି। ସେପଟେ ବୋଲରଙ୍କ ପ୍ରଶଂସନୀୟ ଉଦ୍ୟମ ସତ୍ତ୍ୱେ ହାରିଛି ପାକିସ୍ତାନ। ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ହରାଇ ବିଜୟୀ ହାସଲ କଲା ଇଂଲଣ୍ଡ ।
ମେଲ୍ବର୍ଣ୍ଣରେ ଆଜି ଟସ୍ ଜିଣିବା ପରେ ଇଂଲଣ୍ଡ କ୍ରିକେଟ୍ ଟିମ୍ର ଅଧିନାୟକ ଜସ୍ ବଟ୍ଲର୍ ପ୍ରଥମେ ବୋଲିଂ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଥିଲେ। ଇଂଲଣ୍ଡକୁ ୧୩୮ ରନ୍ର ଟାର୍ଗେଟ୍ ଦେଇଥିଲା ପାକିସ୍ତାନ। ପାକିସ୍ତାନ ୮ ୱିକେଟ ହରାଇ ୧୩୭ ରନ୍ କରିଥିଲା। ତେବେ ଇଂଲଣ୍ଡ ୫ ୱିକେଟ ହରାଇ ୧୩୮ ରନ୍ କରିନେଇଥିଲା।
ପଞ୍ଚମ ୱିକେଟ୍ରେ ବେନ୍ ଷ୍ଟୋକ୍ସ ମୋଇନ୍ ଅଲିଙ୍କ ସହିତ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ୪୮ ରନ୍ କରିଥିଲେ। ବେନ୍ ଷ୍ଟୋକ୍ସ ଅପରାଜିତ ୫୨ ରନ୍ ସଂଗ୍ରହ କରିଥିଲେ। ସେ ୪୯ଟି ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ମୋଇନ୍ ଅଲି ୧୯ ରନ୍ ଓ ଆମ ଲିଭିଂ ଷ୍ଟୋନ୍ ଅପରାଜିତ ୧ ରନ୍ କରିଥିଲେ। ପ୍ରଥମ ପାଳିରେ ଇଂଲଣ୍ଡର ବୋଲରମାନେ ଦମଦାର ପ୍ରଦର୍ଶନ କରିଥିଲେ। ଫଳରେ ପାକିସ୍ତାନ ବଡ଼ ସ୍କୋର କରିପାରି ନ ଥିଲା। ଶାନ୍ ମସୁଦ ପାକିସ୍ତାନ ପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ୩୮ ରନ୍ ସଂଗ୍ରହ କରିଥିଲେ।