ଦଶମ ଶ୍ରେଣୀ ବହିରେ ତ୍ରୁଟି । ଭୂଗୋଳ ଓ ଅର୍ଥନୀତି ପୁସ୍ତକର ପଞ୍ଚମ ଅଧ୍ୟାୟ ଶକ୍ତି ସମ୍ବଳ ବିଷୟ ବସ୍ତୁରେ ତ୍ରୁଟି ଦେଖିବାକୁ ମିଳିଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ,ମାଛକୁଣ୍ଢ ଜଳପ୍ରପାତ ଓଡିଶାର ନୁହେଁ ବରଂ ଆନ୍ଦ୍ରପ୍ରଦେଶର ଅଟେ । ଯେଉିଥିପାଇଁ ଛାତ୍ରଛାତ୍ରୀମାନେ ୪ ବର୍ଷ ହେଲା ଭୁଲ ପାଠପଢ଼ୁଛନ୍ତି । ଏହି ଭୁଲ୍ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀର ଭୂଗୋଳ ବହିର ହେଉଥିବାର ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ଏହାକୁ ନେଇ ସାଧାରଣ ଜନତା, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷାବିତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।
୨୦୧୮ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ଦଶମ ଶ୍ରେଣୀ ଭୂଗୋଳ ଓ ଅର୍ଥନୀତି ବହିର ୬୯ ପୃଷ୍ଠାରେ ଦେଶର ବିଭିନ୍ନ ଜଳ ବିଦ୍ୟୁତ ପ୍ରକଳ୍ପର ତାଲିକା ରହିଛି । କୋରାପୁଟର ଗର୍ବ ଆଉ ଗୌରବ କୁହାଯାଉଥିବା ମାଛକୁଣ୍ଡ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା। ଓଡ଼ିଶା ଜଳ ବିଦ୍ୟୁତ ନିଗମ ଦ୍ଵାରା ପରିଚାଳିତ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପକୁ ଆନ୍ଧ୍ରର ବୋଲି ଦଶମ ଶ୍ରେଣୀ ଭୂଗୋଳ ବହିରେ ପ୍ରକାଶିତ କରିବାକୁ ନେଇ ଏବେ ଅସନ୍ତୋଷ ବୃଦ୍ଧି ପାଇଛି। ତେବେ ଏଭଳି ଗୁରୁତର ତ୍ରୁଟି କିଭଳି ହେଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।