ଓଡ଼ିଶାବିଧାନସଭା

କୋଭିଡ୍ ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟପାଳ ଗଣେଶୀ ଲାଲ

ପ୍ରତି ଲୋକକୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଦିଆଯାଉଛି ବୋଲି ମଧ୍ୟ କହିଛନ୍ତି

ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ । ସର୍ବପ୍ରଥମେ ରାଜ୍ୟପାଳ ଗଣେଣୀ ଲାଲ ନିଜ ଅଭିଭାଷଣ ରଖିଛନ୍ତି । ପ୍ରଥମେ ସିଡିଏସ୍ ବିପିନ ରାୱତଙ୍କ ସହ ଦିବଙ୍ଗତ ସଦସ୍ୟଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ  ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ  ସମବେଦନା ଜଣାଇଛନ୍ତି । କରୋନା କାଳରେ ଲଢ଼ିଥିବା ଯୋଦ୍ଧାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି ଯେ ରାଜ୍ୟର ପ୍ରତି ଲୋକକୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଦିଆଯାଉଛି।  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ମାଗଣାରେ ସେବା ଦିଆଯାଉଛି। କ୍ୟାପିଟାଲ ହସ୍ପିଟାଲରେ ପିଜିଆଇ ପାଇଁ ସରକାର ମଂଜୁର କରିଛନ୍ତି। କରୋନା ମୁକାବିଲା ପାଇଁ ୫ କୋଟିରୁ ଅଧିକ ଟିକା ଦିଆଗଲାଣି। କରୋନା ଟେଷ୍ଟିଂ ପାଇଁ ବ୍ଲକ ସ୍ତରରେ ବି ବ୍ୟବସ୍ଥା କରାଯାଇଛି। ୩୦ ଜିଲ୍ଲାକୁ ରେଳ ସଂଯୋଗ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ସଡ଼କ ନିର୍ମାଣ ଓ ପରିବହନ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଏବେ ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇପାରିଛି ବୋଲି ରାଜ୍ୟପାଳ କହିଛନ୍ତି।କୋଭିଡରେ ଲୋକଙ୍କୁୂ କାମ ଦେବାକୁ ୨୧ କୋଟି ଶ୍ରମ ଦିବସ କରାଯାଇଛି। କର୍ମସଂସ୍ଥାନ ହରାଇଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଛି। ଚାଷୀମାନଙ୍କୁ କାଳିଆ ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି। ୨୦୨୦-୨୧ରେ ୫୭ ଲକ୍ଷ ଚାଷୀ ପରିବାରକୁ ସହାୟତା ମିଳିଛି। ବଳରାମ ଯୋଜନାରେ ଭୂମିହୀନ, ଭାଗଚାଷୀଙ୍କୁ ସହାୟତା ଦିଆଯାଉଛି। ଚାଷୀଙ୍କୁ ୫୦ ହଜାର ପର୍ଯ୍ୟନ୍ତ ଋଣ ବିନାସୁଧରେ ଦିଆଯାଉଛି। ବିଜୁ ପକ୍କାଘର ଯୋଜନାରେ ୩୧ ଲକ୍ଷ ପକ୍କାଘର ଯୋଗାଇ ଦିଆଗଲାଣି । ବିଜୁ ପକ୍କାଘର ମରାମତି ବାବଦକୁ ୧୪୪୦ କୋଟି ବ୍ୟୟ କରାଯାଇଛି । ମହିଳାଙ୍କୁ ସଶକ୍ତ କରାଇବାକୁ ମିଶନ ଶକ୍ତିର ତ୍ୱରାନିତ କରାଯାଇଛି ।  ରାଜ୍ୟରେ ୬ ଲକ୍ଷ ଏସଏଚଜିରେ ୧୭ ଲକ୍ଷରୁ ଅଧିକ ସଦସ୍ୟା ରହିଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି ।

Show More

Related Articles

Back to top button