ପରୀକ୍ଷାରେ ହେଉଥିବା ଅନିୟମିତତା ରୋକିବା ପାଇଁ ବିଧେୟକ ଲୋକସଭାରେ ଆଗତ

ନୂଆଦିଲ୍ଲୀ, 5 ଫେବୃଆରୀ- କେନ୍ଦ୍ର କାର୍ମିକ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସୋମବାର ଲୋକ ପରୀକ୍ଷା (ଅନୁଚିତ ସାଧନ ଉପରେ ରୋକ) ବିଧେୟକ 2024 ଲୋକସଭାରେ ଆଗତ କରିଛନ୍ତି।
ଲୋକ ପରୀକ୍ଷା ବିଧେୟକର ଉଦ୍ଦେଶ୍ୟ ପରୀକ୍ଷାରେ ହେଉଥିବା ଅନିୟମିତତା ରୋକିବା ଆବଶ୍ୟକ । ଏଥିରେ ଅନେକ କଡା ପ୍ରାବଧନ କରାଯାଇଛି ଏବଂ ଆବଶ୍ୟକତା ପଡିବା ସମୟରେ ମାମଲାକୁ କେନ୍ଦ୍ରୀୟ ଏଜେନ୍ସିକୁ ହସ୍ତାନ୍ତର କରାଯିବାର ପ୍ରାବଧନ ରହିଛି । ଭୁଲ ତରିକାରେ ପରୀକ୍ଷା ପତ୍ର, ଏହାର ସାମଗ୍ରୀ ଓ ଉତ୍ତର ଲିକ୍ କରିବା ତଥା ଅବୈଧ ତରିକାରେ ପରୀକ୍ଷାର୍ଥୀଙ୍କୁ ପାସ୍ କରାଇବା ଉପରେ କଡା କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ରହିଛି ।
ବିଧେୟକର ପ୍ରାବଧାନ ଅନୁସାରେ କୌଣସି ଅପରାଧର ଯାଂଚ ପୋଲିସ ଉପଅଧୀକ୍ଷକ କିମ୍ବା ସହାୟକ ପୋଲିସ କମିଶନର ପଦଠାରୁ ନିମ୍ନପଦସ୍ଥ ଅଧିକାରୀ କରିପାରିବେ ନାହିଁ । କେନ୍ଦ୍ର ସରକାରଙ୍କ ପାଖରେ ତଦନ୍ତକୁ କୌଣସି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିବା କ୍ଷମତା ରହିଛି । ଭୁଲ ତରିକାରେ ପରୀକ୍ଷା ପାସ୍ କରୁଥିବା ପ୍ରାର୍ଥୀକୁ 3ବର୍ଷ ଜେଲ ଦଣ୍ଡ କିମ୍ବା 10ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିପାରେ ।
ପରୀକ୍ଷା ସହ ଜଡିତ ସେବା ପ୍ରଦାନକାରୀଙ୍କ ଉପରେ 1 କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ପରୀକ୍ଷାର ଆନୁପାତିକ ମୂଲ୍ୟ ଆଦାୟ ଏବଂ ଚାରି ବର୍ଷ ପାଇଁ ନିଷେଧାଦେଶ ରହିଛି। ସଂଗଠିତ ଅପରାଧରେ ଜଡିତ ଲୋକଙ୍କୁ 10 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯାଇପାରେ। ସଂଗଠିତ ଅପରାଧରେ ଜଡିତ ସଂସ୍ଥାଗୁଡ଼ିକର ସମ୍ପତ୍ତି ଜବତ କରାଯାଇପାରେ।


