ଦୁର୍ଘଟଣାଦେଶସ୍ୱତନ୍ତ୍ର

ଗୁଜୁରାଟର ରାସାୟନିକ କାରଖାନାରେ ଭୟଙ୍କର ବିସ୍ଫୋରଣ

ଗାନ୍ଧୀନଗର: ଗୁଜୁରାଟର ରାସାୟନିକ କାରଖାନାରେ ଭୟଙ୍କର ବିସ୍ଫୋରଣ । ଗୁଜୁରାଟର ଭଦଦୋରରେ ଥିବା ଏକ ରାସାୟନିକ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ଘଟିଛି । ଏଥିରେ ୭ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅନେକ ଅଗ୍ନିଶମ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ।

ଆହତଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ । କେଉଁ କାରଣରୁ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଲା ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ନିଆଁ ସମ୍ପୂର୍ଣ୍ଣ ଆୟତ ହୋଇନଥିବା ଯୋଗୁ ମୃତାହତ ଓ କ୍ଷୟକ୍ଷତି ନେଇ ସଠିକ ସୂଚନା ମଧ୍ୟ ମିଳିପାରିନାହିଁ ।

 

Show More

Related Articles

Back to top button