Breaking PLUSଓଡ଼ିଶାମୁଖ୍ୟ ଖବର
ଆନ୍ତଃରାଜ୍ୟ ଫେକ୍ ସିମ୍ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ଗ୍ୟାଙ୍ଗର ପର୍ଦ୍ଦାଫାସ୍
ଭୁବନେଶ୍ୱର- ଆନ୍ତଃରାଜ୍ୟ ଫେକ୍ ସିମ୍ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ଗ୍ୟାଙ୍ଗର ପର୍ଦ୍ଦାଫାସ୍ ହୋଇଛି । ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ କରି ମାଷ୍ଟରମାଇଣ୍ଡକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି କ୍ରାଇମବ୍ରାଞ୍ଚ । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ,ବିହାରରେ ସକ୍ରିୟ ଥିଲା ରାକେଟ୍ । ଲୋକଙ୍କ ଡକ୍ୟୁମେଣ୍ଟ ନେଇ ବ୍ୟାଙ୍କ ଆକାଉଣ୍ଟ ଖୋଲି ଠକୁଥିଲେ । ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅପରାଧିକ ଟଙ୍କା କାରବାର କରୁଥିଲେ ।