ସମ୍ବଲପୁର: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଏଭଳି ଅମାନବୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ସଇଡା ୧୧ନଂ ୱାର୍ଡରେ । ସାମାନ୍ୟ ବଚସାକୁ ନେଇ ଏଭଳି ଉନ୍ମତ୍ତ କାଣ୍ଡ ଘଟାଇଛି ସ୍ୱାମୀ । ଖବରପାଇ ଛଟଣାସ୍ଥଳରେ ପୋଲିସ୍ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ।
ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ସଇଡା ଗ୍ରାମରେ ଗୋବିନ୍ଦ ମାଝୀ ଓ ତାଙ୍କ ସ୍ତ୍ରୀ ଉଭୟ ଏକତ୍ର ବାସ କରନ୍ତି । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେଆଜି ବଚସା ଆରମ୍ଭ ହୋଇଥିଲା । ଧୀରେ ଧୀରେ କଳହ ଉଗ୍ର ରୂପ ନେଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ଗୋବିନ୍ଦ ମାଝୀ ନିଜ ସ୍ତ୍ରୀକୁ ଏକ ଟାଙ୍ଗିଆରେ ନିର୍ମମ ଭାବେ ହାଣି ହତ୍ୟା କରିଥିଲେ । ଖବର ପାଇ ଘଟଣା ସ୍ଥଳରେ କୁଚିଣ୍ଡା ପୋଲିସ୍ ପହଞ୍ଚି ମ଼ୃତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ହତ୍ୟାକାରୀ ଅଭିଯୁକ୍ତ ସ୍ୱ।ମୀ ଗୋବିନ୍ଦ ମାଝିଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି । ଏହି ଖବରଟି ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।