ହାଇଦ୍ରାବାଦ: କିଛିଦିନ ତଳେ ବିଲାତି ଦାମ୍ ଆକାଶଛୁଆଁ ରହିଥିଲା। ଦେଶର ପ୍ରାୟ ସବୁ ସ୍ଥାନରେ ବିଲାତି ଦାମ୍ କିଲୋପ୍ରତି ପାଖାପାଖି ୨୦୦ ଟଙ୍କାକୁ ଛୁଇଁଥିଲା। ତେବେ ବର୍ତ୍ତମାନ ପରିସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିିଛି। ଆନ୍ଧ୍ରପ୍ରଦେଶର କୁରନୁଲ ଅଞ୍ଚଳରେ ବିଲାତି ଦାମ୍ କିଲୋ ପିଛା ୪ ଟଙ୍କାକୁ ଖସି ଆସିଛି ।
ବିଲାତିର ଏପରି ମୂଲ୍ୟହ୍ରାସରେ ହତୋତ୍ସାହିତ ହୋଇ ଚାଷୀ ରାସ୍ତାରେ ବିଲାତି ପିଙ୍ଗି ଚାଲି ଯାଉଥିବା ଦେଖିବାକୁ ମିଳୁଛି । ବିଲାତିର ଏପରି ମୂଲ୍ୟହ୍ରାସ ଯୋଗୁଁ ପରିଶ୍ରମ ଓ ବ୍ୟବସାୟ କେନ୍ଦ୍ରକୁ ନେବା ଆଣିବା ଖର୍ଚ୍ଚ ଉଠୁନଥିବାରୁ ରାସ୍ତାରେ ଫିଙ୍ଗି ଚାଲିଯିବା ଛଡ଼ା ଅନ୍ୟ ଉପାୟ ନାହିଁ ବୋଲି ବହୁଚାଷୀ କହିଛନ୍ତି ।
କିଛିମାସ ତଳେ ଦେଶର ବିଭିନ୍ନ ଭାଗରେ ହାତଗଣତି ଚାଷୀ ବିଲାତି ବିକ୍ରି କରି କୋଟିପତି ପାଲଟିଥିବା ଖବର ଚର୍ଚ୍ଚାରେ ରହିଥିଲା। ତେବେ ବର୍ତ୍ତମାନ ବିପୁଳମାତ୍ରାରେ ବିଲାତି ବଜାରକୁ ଆସୁଥିବାରୁ ଏଭଳି ଦରହ୍ରାସ ଘଟିଥିବା କୁହାଯାଉଛି।