କୃଷି କ୍ଷେତ୍ରକୁ ପ୍ରଭାବିତ କରିପାରିବ ନାହିଁ କରୋନାର ଦ୍ବିତୀୟ ଲହର
୩ ପ୍ରତିଶତରୁ ଅଧିକ ରହିବ ଗ୍ରୋଥ୍ ରେଟ୍

କରୋନା ମହାମାରୀ ସତ୍ବେ ଭାରତରେ କୃଷି କ୍ଷେତ୍ରରେ ପ୍ରଦର୍ଶନ ଦମଦାର ରହିଛି। ଦେଶବ୍ୟାପୀ ଲକ୍ଡାଉନ୍ ଲାଗୁ ହୋଇଥିଲା ବେଳେ ଏହି କ୍ଷେତ୍ର କରୋନାର ପ୍ରଥମ ଲହରରେ ପ୍ରଭାବିତ ହୋଇନଥିଲା। ଏବେ ପୁଣି ଥରେ କରୋନାର ଦ୍ବୀତୟ ଲହର ପ୍ରଭାବ କୃଷି ଉପରେ ପଡ଼ିବ ନାହିଁ ବୋଲି ରିବିବାର କହିଛନ୍ତି ନୀତି ଆୟୋଗ ସଦସ୍ୟ (କୃଷି) ରମେଶ ଚାନ୍ଦ।ଦେଶର ଅର୍ଥନୀତି ପାଇଁ ଏହା ଏକ ବଡ଼ ଖବର ।
ସେ ଆହୁରି କହିଛନ୍ତି, ସବସିଡି, ଦାମ ଏବଂ ପ୍ରଦ୍ୟୋଗିକ ଉପରେ ଭାରତର ନୀତି ଧାନ, ଗହମ ପକ୍ଷରେ ଅଧିକ ରହିଛି। ରମେଶ ଚାନ୍ଦ କହିଛନ୍ତି, ଭାରତକୁ ଡାଲି ପାଇଁ କ୍ରୟ ଏବଂ ଏମଏସପି ଉପରେ ନୀତି ତିଆରି କରିବାକୁ ପଡ଼ିବ। ୨୦୨୧-୨୨ରେ କୃଷି କ୍ଷେତ୍ରରେ ବୃଦ୍ଧି ହାର ୩ ପ୍ରତିଶତରୁ ଅଧିକ ରହିବ।ସେପଟେ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ୨୦୨୦-୨୧ ର ଚତୁର୍ଥ ତ୍ରୈମାସିକରେ ଦେଶର ବିକାଶ ହାର ୧.୬ ପ୍ରତିଶତ ରହିଥିଲା। କିନ୍ତୁ ପୂରା ଆର୍ଥିକ ବର୍ଷ ୨୦୨୦-୨୧ରେ ଭାରତର ଅର୍ଥବ୍ୟବସ୍ଥାରେ ୭.୩ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା। ମିଳିଥିବା ରିପୋର୍ଟ ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶରେ ବିକାଶ ହାର ୪ ପ୍ରତିଶତ ରହିଥିଲ।