
ରଣବୀର କୁପର ଏବଂ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ରିଲିଜ୍ହୋଇଛି। ଏହି ଟ୍ରେଲର ଆଲିଆ ଭଟ୍ଟ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଫିଲ୍ମର ଟ୍ରେଲର ବେଶ୍ ଦମଦାର ରହିଥିବା ବେଳେ ଭିଏଫ୍ଏକ୍ସ ମଧ୍ୟ ଜବରଦସ୍ତ ରହିଛି। ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ମଧ୍ୟ ଏହି ଟ୍ରେଲରକୁ ଜାରି କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର, ଅମିତାଭ ବଚ୍ଚନ, ଆଲିଆ ଭଟ୍ଟ, ନାଗାର୍ଜୁନ ଏବଂ ମୌନୀ ରୟ ମଧ୍ୟ ନଜର ଆସିବେ। ଫିଲ୍ମରେ ଆକ୍ସନ, ରୋମାନ୍ସ ଏବଂ ଡ୍ରାମା ଭରପୁର ମାତ୍ରାରେ ରହିଛି। ଫିଲ୍ମଟି ତିନି ଭାଗରେ ରିଲିଜ୍ ହେବ । ପ୍ରଥମ ଭାଗ ଚଳିତ ବର୍ଷ ୯ ସେପ୍ଟେମ୍ବରରେ ରିଲିଜ ହେବାଲୁ ଯାଉଛି । ଆଉ ଏବେ ଅମିତାଭଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି।
ଏନେଇ ଆୟନ ମୁଖାର୍ଜୀ ଏହି ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ ଅମିତାଭ ବଚ୍ଚନଙ୍କୁ ପ୍ରାଚୀନ ଏବଂ ମଡର୍ଣ୍ଣ ଇଣ୍ଡିଆର ଏହି ତାଳମେଳ ତାଙ୍କୁ ଖୁବ୍ ଆକର୍ଷିତ କରିଥିଲା । ଏହା ବ୍ୟତୀତ ସେ କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କ ସାଥ୍ ମିଳିବା ସୌଭାଗ୍ୟର କଥା । ଆମ ଦୁହିଁଙ୍କ ସାକ୍ଷାତ ୨୦୧୬ରେ ହୋଇଥିଲା। ସେବେ ଆମେ ବ୍ରହ୍ମାସ୍ତ୍ରକୁ ନେଇ ଚର୍ଚ୍ଚା ମଧ୍ୟ କରିଥିଲୁ। ଏହି ଫିଲ୍ମକୁ ନେଇ ୨୦୧୪ରୁ କାମ ଆରମ୍ଭ ହୋଇଥିଲା । ଏହାକୁ ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ କରାଯାଇଛି । ଏହା ହିନ୍ଦୀ ସହ, ତାମିଲ, ତେଲୁଗୁ, ମାଲାୟାଲମ ଏବଂ କନ୍ନଡ଼ ଭାଷାରେ ରିଲିଜ୍ ହେବ । ବିବାହ ପରେ ଆଲିଆ ଏବଂ ରଣବୀର ପ୍ରଥମ ଥର ପାଇଁ ଏହି ଫିଲ୍ମ ଜରିଆରେ ଏକାଠି ନଜର ଆସିବେ। ଯାହାକୁ ଦର୍ଶକେ ଉତ୍ସାହର ସହିତ ଚାହିଁ ରହିଛନ୍ତି।