Breaking PLUSଦେଶମୁଖ୍ୟ ଖବର

CSEAM ରିପୋର୍ଟ ପାଇଁ କେନ୍ଦ୍ରକୁ ଶେଷ ସୁଯୋଗ

ନୂଆଦିଲ୍ଲୀ: ଶିଶୁ ଯୌନ ଶୋଷଣ ଓ ନିର୍ଯାତନା ସମ୍ବନ୍ଧୀୟ ସାମଗ୍ରୀ (CSEAM)ର ଅନିବାର୍ଯ୍ୟ ରିପୋର୍ଟିଂ ନେଇ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ସମ୍ପର୍କରେ କାଉଣ୍ଟର ଆଫିଡେଭିଟ୍‌ ଓ ଆକ୍ସନ୍‌ ଟେକେନ୍‌ ରିପୋର୍ଟ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ‘ଶେଷ ସୁଯୋଗ’ ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍‌ ଜେ.ବି. ପାର୍ଦ୍ଦିୱାଲା ଓ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଅଗଷ୍ଟ ୧୪ର ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ଦାଖଲ କରିନଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଆସନ୍ତା ଶୁଣାଣି ପୂର୍ବରୁ CSEAM ମାମଲା ପାଇଁ ପ୍ରସ୍ତାବିତ ମାନକ କାର୍ଯ୍ୟ ପ୍ରଣାଳୀ (SOP)ର ଖସଡ଼ା ମଧ୍ୟ ଆବେଦନକାରୀଙ୍କୁ ଦେବାକୁ କୋର୍ଟ କହିଛନ୍ତି।

କେନ୍ଦ୍ର ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍‌ କେ.ଏମ୍‌. ନଟରାଜ କହିଥିଲେ, ସରକାର ମାମଲାକୁ ଗୁରୁତ୍ୱର ସହ ନେଉଛି ଏବଂ ଗୋଟିଏ କମ୍ପାନୀ ବିରୋଧରେ ନୋଟିସ୍‌ ଜାରି କରି ପଦକ୍ଷେପ ଆରମ୍ଭ ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୫ରେ ହେବ।

୨୦୨୪ର ସୁପ୍ରିମକୋର୍ଟ ରାୟ ଅନୁସାରେ, ସୋସିଆଲ୍‌ ମିଡିଆ ମଧ୍ୟସ୍ଥ ସଂସ୍ଥାଗୁଡ଼ିକ CSEAM ସମ୍ପର୍କିତ ଆଇନଗତ ରିପୋର୍ଟିଂ ଦାୟିତ୍ୱ ପାଳନ କରିବା ଆବଶ୍ୟକ।

Show More

Related Articles

Back to top button