ସଂସଦରେ 2025-26 କେନ୍ଦ୍ରୀୟ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ- କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଲୋକସଭାରେ ରେକର୍ଡ ଲଗାତର ଅଷ୍ଟମ କେନ୍ଦ୍ରୀୟ ବଜେଟ 2025-26 ଉପସ୍ଥାପିତ କରିଛନ୍ତି । ଅର୍ଥମନ୍ତ୍ରୀ ବଜେଟ ଭାଷଣ ପଢିଛନ୍ତି । ତେବେ ବିରୋଧୀ ସାଂସଦ ପ୍ରୟାଗରାଜ ମହାକୁମ୍ଭ ଦଳାଚକଟାରେ ହୋଇଥିବା ମୃତ୍ୟୁ ଘଟଣାକୁ ନେଇ ଗୃହରେ ହଙ୍ଗାମା ଓ ନାରାବାଜି କରିଛନ୍ତି ।
କନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବା ସମୟରେ କହିଛନ୍ତି ଯେ, ଆମର ଅର୍ଥବ୍ୟବସ୍ଥା ସମସ୍ତ ପ୍ରମୁଖ ଅର୍ଥବ୍ୟବସ୍ଥାରେ ସବୁଠୁ ଦ୍ରୁତଭାବେ ବଢୁଛି । ଗତ 10 ବର୍ଷର ଆମର ବିକାଶର ଟ୍ରାକ ରେକର୍ଡ ଓ ସଂରଚନାତ୍ମକ ସୁଧାର ବିଶ୍ୱର ଧ୍ୟାନ ଆକର୍ଷଣ କରିଛି । ଏହି ଅବଧିରେ ଭାରତର କ୍ଷମତା ଓ ସମ୍ଭାବନା ଉପରେ ବିଶ୍ୱାସ ଆହୁରି ବଢିଛି । ଆମେ ଆଗାମୀ 5ବର୍ଷରେ ସମସ୍ତଙ୍କ ବିକାଶକୁ ସାକାର କରିବା ଓ ସମସ୍ତ କ୍ଷେତ୍ରର ସନ୍ତୁଳିତ ବିକାଶକୁ ପ୍ରୋତ୍ସାହିତ କରିବାର ଏକ ନିଆରା ସୁଯୋଗ ଭାବେ ଦେଖୁଛୁ ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ କେନ୍ଦ୍ରୀୟ ବଜେଟକୁ ମଂଜୁରୀ ପ୍ରଦାନ କରିଥିଲା । କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ ଆଗତ କରିବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ କେନ୍ଦ୍ରୀୟ ବଜେଟ 2024-25 ଆଗତ କରିବାକୁ ପାଇଁ ମଂଜୁରୀ ନେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ରୀୟ ଅର୍ଥମନ୍ତ୍ରୀଙ୍କୁ ପାରମ୍ପରିକ ଦହି ଚିନି ଖୁଆଇଥିଲେ । ଅ୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ ପାରମ୍ପରିକ ବହି ଖାତା ଶୈଳୀର ବ୍ୟାଗରେ ଏକ ଡିଜିଟାଲ ଟ୍ୟାବଲେଟ ଜରିଆରେ ପେପର ଲେସ ବଜେଟ ଆଗତ କରିଛନ୍ତି ।