Breaking PLUSଓଡ଼ିଶାମୁଖ୍ୟ ଖବର
ଭୁବନେଶ୍ଵର-ସୋନପୁର ଇଣ୍ଟରସିଟି ଟ୍ରେନରେ ନିଆଁ
ଭୁବନେଶ୍ୱର, 12 ଫେବୃୟାରୀ – ଭୁବନେଶ୍ଵର-ସୋନପୁର ଇଣ୍ଟରସିଟି ଟ୍ରେନରେ ଲାଗିଲା ନିଆଁ । ସକାଳ ୬.୪୫ରେ ଟ୍ରେନଟି ମଞ୍ଚେଶ୍ଵର ଷ୍ଟେସନରେ ପହଁଚିଥିଲା । ନିର୍ଦିଷ୍ଟ ଏକ ଏସି ବଗି ତଳୁ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ବ୍ରେକ୍ ବାଇଣ୍ଡିଂ ଯୋଗୁଁ ଏଭଳି ଧୁଆଁ ବାହାରୁଥିବା ଜଣାପଡିଛି । ମଞ୍ଚେଶ୍ଵର ଷ୍ଟେସନରେ ଅଧଘଣ୍ଟା ରହିବା ପରେ ଟ୍ରେନ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।