
ଆମେରିକା ଟେନସି ସୁପରମାର୍କେଟ୍ରେ ବନ୍ଧୁକଧାରୀ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ଅନ୍ୟ ୧୨ଜଣଙ୍କୁ ଆହତ କରିବା ପରେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ପୁଲିସ କହିଛି । ଗୁଳିକାଣ୍ଡ ଯୋଗୁଁ ସୁପରମାର୍କେଟର କର୍ମଚାରୀମାନେ ଆତଙ୍କିତ ହୋଇ ଖସି ପଳାଇବାକୁ ଉଦ୍ୟମ କରିଥିଲା ବେଳେ ଅନ୍ୟ କେତେଜଣ ଷ୍ଟୋର୍ ଫ୍ରିଜର୍ ମଧ୍ୟରେ ଆଶ୍ରୟ ନେଇଥିଲେ।
ସ୍ଥାନୀୟ ପୁଲିସ ମୁଖ୍ୟ ଡେଲ୍ ଲେନ୍ କହିଛନ୍ତି, କଲ୍ୟୁଭିଲ୍ ଉପନଗରୀ ମେମ୍ଫିସ୍ସ୍ଥିତ ‘କ୍ରୋଗର୍ ଗ୍ରସରି’ରେ ସଙ୍ଗଠିତ ଏହି ଗୁଳିକାଣ୍ଡରେ ଆହତ ହୋଇଥିବା ୧୨ଜଣଙ୍କ ମଧ୍ୟରୁ ଦୁଇ ଜଣ ଚିକିତ୍ସିତ ଅଛନ୍ତି । ଏହା ସହ ଜଣେ ଅତ୍ୟନ୍ତ ଭୟଭୀତ ହୋଇପଡିଥିବା ବ୍ୟକ୍ତିଙ୍କର ମଧ୍ୟ ଚିକିତ୍ସା ଚାଲିଛି । ଠିକ୍ ଗୁଳିକାଣ୍ଡ ପରେ ପରେ ପୁଲିସ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚଥିଲା ।
ରେଗ୍-ଟିଭି’ ରିପୋର୍ଟ ଅନୁସାରେ, ଗୁଳି ଚଳାଇଥିବା ବ୍ୟକ୍ତିଜଣକ ସେହି ସୁପର୍ମାର୍କେଟ୍ରେ କାମ କରୁଥିଲେ । କୌଣସି କାରଣରୁ ଗତକାଲି ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା । ଗୁଳିକାଣ୍ଡ ସମୟରେ ସୁପର୍ମାର୍କେଟ୍ରେ ୪୪ଜଣ କର୍ମଚାରୀ ଏବଂ ବହୁସଂଖ୍ୟକ ଗ୍ରାହକ ଉପସ୍ଥିତ ଥିଲେ।