Breaking PLUSଓଡ଼ିଶାମୁଖ୍ୟ ଖବର

୨୦୨୭ ଡିସେମ୍ବର ସୁଦ୍ଧା ମେଟ୍ରୋ ପ୍ରକଳ୍ପ

ଭୁବନେଶ୍ୱର- ୨୦୨୭ ମସିହା ଡିସେମ୍ବର ସୁଦ୍ଧା ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।  ମେଟ୍ରୋ ପ୍ରକଳ୍ପ କାର୍ଯ୍ୟାଳୟରେ କାର୍ଯ୍ୟର ସମୀକ୍ଷା କରିଛନ୍ତି ଅପରାଜିତା । ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ମୋଟ ୧୩ଟି ଟ୍ରେନ ଚାଲିବ। ୨୬ କିମି ଦୀର୍ଘ ରୁଟରେ ୨୦ଟି ଷ୍ଟେସନ୍ ରହିବ। ପ୍ରତ୍ୟେକ ଟ୍ରେନରେ ୩ ଲେଖାଏଁ କୋଚ୍ ରହିବ।

୨୦୨୩ ନଭେମ୍ବରରେ ଡିପିଆର୍ ଅନୁମୋଦନ ହୋଇଥିବା ଏହି ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬ ହଜାର ୨୫୬ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ପ୍ରକଳ୍ପରେ ଆଜି ସୁଦ୍ଧା ୪୬୦ କୋଟି ଟଙ୍କା ଖର୍ଚ୍ଚ ସରିଛି। ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ-ବିଏମଆରସି, ରାଜ୍ୟ ସରକାର ଓ ଦିଲ୍ଲୀ ମେଟ୍ରୋ ନିଗମ ଏହି ପ୍ରକଳ୍ପ ପାଇଁ ଏକତ୍ର କାର୍ଯ୍ୟ କରୁଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button