Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଫଗାନିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା, 50 ମୃତ

କାବୁଲ-ଆଫଗାନିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା । ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ଅତିକମ୍‌ରେ ୫୦ଜଣ ଲୋକଙ୍କ ଜୀବନ ଯାଇଛି। ଶୁକ୍ରବାରରୁ କେନ୍ଦ୍ରୀୟ ଆଫଗାନିସ୍ତାନରେ ପ୍ରବଳ ବର୍ଷା ହେଉଛି। ଫଳରେ ନଦୀମାନଙ୍କରେ ବନ୍ୟା ଆସିଛି। ନଦୀ ପାଣିରେ ଭାସି ଯାଇ ୫୦ଜଣଙ୍କ ଜୀବନ ଯାଇଥିବା ବେଳେ ୨ ହଜାର ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେହିପରି ୪ ହଜାର ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨ ହଜାରୁ ଅଧିକ ଦୋକାନ ପାଣି ଘେରରେ ରହିଛି।

Show More

Related Articles

Back to top button