Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ୱରରୁ ଉତକେଲାକୁ ଉଡିଲା ବିମାନ

ଭୁବନେଶ୍ୱରରୁ ଉତକେଲାକୁ ଆଜି ଆରମ୍ଭ ହୋଇଛି ବିମାନ ସେବା। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗ୍ୱାଲିୟରରୁ ଭର୍ଚୁଆଲରେ ଏହାର ଶୁଭାରମ୍ଭ କରିଥିବା ବେଳେ ଭୁବନେଶ୍ୱରରେ ଫ୍ଲାଗଅପ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉତ୍କେଲାରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ଉତ୍କେଲାକୁ ୯ ସିଟ୍ ବିଶିଷ୍ଟ ଯାତ୍ରୀବାହୀ ବିମାନ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି। ଏହାର ଟିକେଟର ମୂଲ୍ୟ ୧୦୪୦ ଟଙ୍କା ରଖାଯାଇଛି।

ପ୍ରଥମେ ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଗୁରବାର ଏହି ବିମାନସେବା ଉପଲବ୍ଧ ହେବ। ପରେ ସପ୍ତାହକୁ ସବୁଦିନ ବିମାନ ଉଡ଼ିବ। ଉଭୟ ଦିନ ସକାଳ ୭ଟା ୧୫ରେ ଭୁବନେଶ୍ବରରୁ ଏହି ବିମାନ ଯାତ୍ରା ଆରମ୍ଭ କରିବ। ଏହା ୮ଟା ୨୫ରେ ଉତ୍କେଲାରେ ପହଞ୍ଚିବ। ସେହିପରି ଉତ୍କେଲାରୁ ସକାଳ ୮ଟା ୫୦ରେ ବାହାରି ୧୦ଟାରେ ଭୁବନେଶ୍ବରରେ ପହଞ୍ଚିବ। ଏହି ବିମାନ ଚଳାଚଳ ଦ୍ବାରା ମାତ୍ର ଘଣ୍ଟେ ଦଶ ମିନିଟରେ ଭୁବନେଶ୍ବରରୁ କଳାହାଣ୍ଡି ପହଞ୍ଚି ହେବ। ଏଥିସହ ଖୁବଶୀଘ୍ର କଳାହାଣ୍ଡିରୁ ଖୁବ୍ ଶୀଘ୍ର ରାୟପୁରକୁ ବିମାନସେବା ଆରମ୍ଭ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

Show More

Related Articles

Back to top button