Breaking PLUSଓଡ଼ିଶାମୁଖ୍ୟ ଖବର

ଲାଂଚ ନେବା ବେଳେ ଧରାପଡିଲେ ଫୁଡ ସେଫ୍ଟି ଅଫିସର

ଭୁବନେଶ୍ୱର – ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫୁଡ୍ ସେଫ୍ଟି ଅଧିକାରୀ । କେନ୍ଦ୍ରାପଡାର ସିଡିଏମଓ ଅଫିସର ଫୁଡ୍ ସେଫ୍ଟି ଅଫିସର ବିଭାଶ ମଜୁମଦାରଙ୍କୁ ଧରିଲା ଭିଜିଲାନ୍ସ ।ଏକ ଦୋକାନର ଲାଇସେନ୍ସ ଦେବା ପାଇଁ ସେ ଅଭିଯୋଗକାରୀଙ୍କୁ ଲାଂଚ ମାଗିଥିଲେ   । ଏହାପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ତାଙ୍କ ଠାରୁ ଲାଂଚ ଟଙ୍କା ଉଦ୍ଧାର ଓ ଜବତ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button