ଦେଶ ବିଦେଶସ୍ୱାସ୍ଥ୍ୟ

ଆସ୍ଥମା ପାଇଁ ବ୍ୟବହାର ହେଉଥିବା ଔଷଧ କରୋନାକୁ ରୋକିବ

ଗବେଷଣାରୁ ମିଳିଲା ତଥ୍ୟ

କରୋନାକୁ ରୋକିବାରେ ବୈଜ୍ଞାନିକମାନଙ୍କୁ ଏକ ଭଲ ବାଟ ମିଳିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆସ୍ଥମାରେ ବ୍ୟବହାର ହେଉଥିବା ଔଷଧ କରୋନାକୁ ରୋକିବାର କ୍ଷମତା ରଖିଛି। ମାନବ ଶରୀରରେ କରୋନା ବଦଳାଉଥିବା ରୂପକୁ ଆସ୍ଥମା ଔଷଧ ରୋକିପାରିବ ବୋଲି ଗବେଷଣାରୁ ଜଣାପଡ଼ିଛି। ଭାରତୀୟ ବିଜ୍ଞାନ ସଂସ୍ଥାନ ବେଙ୍ଗାଲୁରୁର ବୈଜ୍ଞାନିକମାନେ ଗବେଷଣା କରି ଏହି ତଥ୍ୟ ଖୋଜିପାଇଛନ୍ତି। ଅସ୍ଥାମା ଔଷଧ ସାର୍ସ-କୋଭ-୨କୁ ରୋକିପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଆସ୍ଥମା ଦ୍ୱାରା ହୋଇଥିବା ଫୁଲା କମାଇବା, ସୁଖିଲା ଜ୍ୱର, ଓ ପିତୁଳିଆକୁ କମାଇବା ପାଇଁ ବ୍ୟବହାର ହେଉଥିବା ମଣ୍ଟେଲୁକାଷ୍ଟ ଔଷଧ କୋଭିଡ୍ ବିରୋଧରେ ପ୍ରଭାବକାରୀ। ଏହି ଔଷଧ ସାର୍ସ-କୋଭ-୨ର ପ୍ରୋଟିନ୍‌ ଏନ୍‌ଏସ୍‌ପିଏଲ୍‌କୁ ଗୋଟିଏ ପଟରୁ ମଜଭୁତରେ ବାନ୍ଧି ଦିଏ। ଯାହା ମାନବ କୋଷରେ ବିକଶିତ ହୋଇଥିବା ପ୍ରଥମ କରୋନା ଭାଇରସଗୁଡ଼ିକ ମଧ୍ୟରୁ ଏନ୍‌ଏସ୍‌ପିଏଲ୍‌ ଗୋଟିଏ। ଏହି ପ୍ରୋଟିନ ରାଇମୋଜୋସ୍ ଦ୍ୱାରା ବାନ୍ଧି ହୋଇଯାଏ ଓ ପ୍ରତିରୋଧକ ପ୍ରଣାଳୀ ପାଇଁ ଆବଶ୍ୟକ ହେଉଥିବା ମହତ୍ୱପୂର୍ଣ୍ଣ ପ୍ରୋଟିନ ସିନ୍ଥେଶିଷ୍‌କୁ ବନ୍ଦ କରିଦେଇଥାଏ। ଫଳରେ କରୋନା ଦୁର୍ବଳ ହୋଇଯାଏ। ଜର୍ଣ୍ଣାଲ ଇଲାଇଫ୍‌ରେ ଏହି ଗବେଷଣା ପ୍ରକାଶ ପାଇଛି।

Show More

Related Articles

Back to top button