ସମଲିଙ୍ଗୀ ସମ୍ପର୍କରେ ବ୍ୟାପୁଛି କି ମଙ୍କିପକ୍ସ ?
୫ ଜଣ ମଧ୍ୟରୁ ୩ ଜଣଙ୍କର ଅଛି ସମଲିଙ୍ଗୀ ସମ୍ପର୍କ: ଗବେଷଣା ରିପୋର୍ଟ
ସମଲିଙ୍ଗୀ ସମ୍ପର୍କରେ ବ୍ୟାପୁଛି କି ମଙ୍କିପକ୍ସ ? ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ କରିଥିବା ଏକ ଛୋଟ ଗବେଷଣାରୁ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି। ୫ ଜଣ ସଂକ୍ରମିତ ବ୍ୟକ୍ତିଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। ଯେଉଁଥିରେ ୩ ସଂକ୍ରମିତ ପୂର୍ବରୁ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ବୋଲି ସୂଚନା ମିଳିଛି। ସେହିପରି ଅନ୍ୟ ଦୁଇଜଣଙ୍କ ଠାରେ ଯୌନ ସମ୍ପର୍କ ନଥିବା ଜାତୀୟ ଭୂତାଣୁ ଗବେଷଣା କେନ୍ଦ୍ର(NIV)ର ପୁଣେ କହିଛି। ଗବେଷଣାରେ ଭାଗ ନେଇଥିବା ୫ ରୋଗୀଙ୍କ ମଧ୍ୟରୁ ୨ରୁ ୩ ନମ୍ବର ରୋଗୀ ସମଲିଙ୍ଗି ସମ୍ପର୍କ ବିଷୟରେ କହିଥିଲେ। ବିନା କୌଣସି ନିଶା ସେବନରେ ୨୧ ଦିନ ଭିତରେ ସେମାନଙ୍କର ମଧ୍ୟରେ ଯୌନ ସମ୍ପର୍କ ରହିଥିଲା ବୋଲି ସଂକ୍ରମିତମାନେ କହିଛନ୍ତି।
ସେହିପରି ୧ ଓ ୪ ନମ୍ବର ରୋଗୀ କୌଣସି ଯୌନ ସମ୍ପର୍କ ରଖି ନଥିବା କହିଛନ୍ତି। ତେବେ ସମଲିଙ୍ଗି ସମ୍ପର୍କରେ କୌଣସି ବିପଦ ଥିବା କଥାକୁ ଗବେଷଣାରେ ଖଣ୍ଡନ କରାଯାଇଛି। ତେବେ ମଙ୍କିପକ୍ସର ବିପଦ ଥିବାରୁ ସମଲିଙ୍ଗ ସମ୍ପର୍କ ରଖୁଥିବା ଉଭୟ ପୁରୁଷ ଓ ନାରୀଙ୍କ ପାଇଁ ପରୀକ୍ଷଣର ଆବଶ୍ୟକତା ରହିଛି ବୋଲି ଗବେଷଣାରେ କୁହାଯାଇଛି।