
ସାଧାରଣତଃ ଜ୍ୱର ପାଇଁ ବ୍ୟବହାର କରାଯାଉଥିବା ମେଡିସିନ୍ ଡୋଲୋ-୬୫୦ ପ୍ରତି ଘରେ ଦେଖିବାକୁ ମିଳେ । ଏହି ମେଡିସିନ୍ ପ୍ରସ୍ତୁତ କରୁଥିବା କମ୍ପାନୀ ମାଇକ୍ରୋ ଲାବ୍କୁ ନେଇ ଦିନକୁ ଦିନ ନୂଆ ଖୁଲାସା ହେଉଛି । କିନ୍ତୁ ଏବେ କମ୍ପାନୀର ୧ ହଜାର କୋଟିର ଗିଫ୍ଟକୁ ନେଇ ଖୁଲାସା ହୋଇଛି । ଏହି ମେଡିସିନ୍କୁ ବଜାରରେ ଅଧିକରୁ ଅଧିକ ଉପଲବ୍ଧ କରିବା ପାଇଁ କମ୍ପାନୀ ଡାକ୍ତରମାନଙ୍କୁ ଦେଇଥିବା ଗିଫ୍ଟ ତଥ୍ୟ ଏବେ ଧରାପଡ଼ିଛି । ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୬ ଜୁଲାଇରେ ଆୟକର ବିଭାଗ ମାଇକ୍ରୋ ଲ୍ୟାବ୍ର ୯ ରାଜ୍ୟରେ ଥିବା ୩୬ଟି ସ୍ଥାନରେ ରେଡ୍ କରିଥିଲା । ସିବିଡିଟି ଅନୁସାରେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ବିଭାଗ ୧.୨୦ ଅଘୋଷିତ ନଗଦ ରାଶି ଏବଂ ୧.୪୦ କୋଟି ଟଙ୍କାର ଅଳଙ୍କାର ଜବତ କରିଛି ।
କମ୍ପାନୀକୁ ଇମେଲ୍ ଜରିଆରେ ଏନେଇ ପଚରା ଯିବା ପରେ ଏହାର କୌଣସି କୌଣସି ଜବାବ ମିଳିନଥିଲା । ସିବିଡିଟି ଅନୁସାରେ ୧ ହଜାର କୋଟି ଟଙ୍କାର ମାଗଣା ଗିଫ୍ଟ ବଣ୍ଟା ଯାଇଥିବାର ଖୁଲାସା ହୋଇଥିଲା । ଦସ୍ତାବିଜ ଏବଂ ଡିଜିଟାଲ୍ ତଥ୍ୟର ଯାଞ୍ଚରୁ ଏହା ଜଣାପଡ଼ିଥିଲା । ବୟାନରେ କୁହାଯାଇଥିଲା ଯେ ଏହି ଦସ୍ତାବିଜରୁ ଭଲ ଭାବେ ଜଣାପଡ଼ୁଛି ଯେ କମ୍ପାନୀ ଏହାର ପ୍ରଡକ୍ଟର ସେଲ୍ ବୃଦ୍ଧି କରିବା ପାଇଁ ବେଆଇନ୍ କାର୍ଯ୍ୟ କରିଥିଲା । କରୋନା ସମୟରେ ଲୋକଙ୍କ ମଧ୍ୟରେ ଏହା ଏପରି ପ୍ରଭାବ ପକାଇଥିଲା ଯେ ବଜାରରୁ ମେଡିସିନ୍ ଗାଏବ୍ ହୋଇଯାଇଥିଲା । କରୋନାର ଫାଇଦା ଉଠାଇ କମ୍ପାନୀ ୩୫୦ କୋଟି ଟ୍ୟାବ୍ଲେଟ୍ ବିକ୍ରି କରିଥିଲା । ଯାହାଫଳରେ ୪୦୦ କୋଟିରୁ ଅଧିକ ପ୍ରଫିଟ୍ କରିଥିଲା ମାଇକ୍ରୋ ଲ୍ୟାବ୍ ।