
ଅନଲାଇନ ଫୁଡ ଡେଲିଭରୀ କମ୍ପାନୀ ‘ଜମୋଟୋ’ କଷ୍ଟମର କେୟାର ତାମିଲନାଡୁରେ ‘ହିନ୍ଦୀ’କୁ ରାଷ୍ଟ୍ରଭାଷା ବୋଲି କହିବାରୁ ଦିନ ତମାମ ଲାଗି ରହିଥିବା ବିବାଦର ଶେଷରେ ଅବସାନ ହୋଇଛି। ଜୋମାଟୋ ଗ୍ରାହକଙ୍କୁ କ୍ଷମା ଯାଚନା କରିବା ସହ ତାଙ୍କ ଟଙ୍କା ଫେରାଇ ଦେଇଛନ୍ତି। ସେହିପରି ଗ୍ରାହକଙ୍କୁ ଠିକ୍ରେ ବୁଝିବା ଓ ବୁଝେଇ ନ ପାରିବା ଯୋଗୁ କଷ୍ଟମର କେୟାରରେ କାର୍ଯ୍ୟରତ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେବା ସହ ପୁଣି ତାଙ୍କୁ ନିଯୁକ୍ତ କରିଛନ୍ତି। ମାମଲାରେ ଜମାଟୋର ସଂସ୍ଥାପକ ଦୀପେନ୍ଦ୍ର ଗୋୟଲ ଆଜିକାଲି ଆମ ଦେଶରେ ସହିଷ୍ଣୁତାର ସ୍ତର କ୍ରମଶଃ ହ୍ରାସ ହେଉଥିବା କହିଛନ୍ତି। ଜୋମାଟୋରେ ଫୁଡ ଅର୍ଡର କରିଥିବା ଗ୍ରାହକ ହିନ୍ଦୀ ଜାଣନ୍ତିନି। ଏଣୁ କଷ୍ଟମର କେୟାରରେ କାର୍ଯ୍ୟରତ କର୍ମଚାରୀ ଭାରତର ନାଗରିକ ହୋଇ ହିନ୍ଦୀ କିପରି ଜାଣିନ ବୋଲି ପ୍ରଶ୍ନ କରିବା ସହ ରାଷ୍ଟ୍ରଭାଷା ଜାଣି ନଥିବାରୁ ଟଙ୍କା ରିଫଣ୍ଡ ମିଳିବନି ବୋଲି ଗ୍ରାହକଙ୍କୁ କହିଥିଲେ। ଏହି ଚାଟ୍ ଗ୍ରାହକ ସୋସିଆଲ ମିଡିଆରେ ଅପଲୋଡ କରିଦେବା ପରେ ତାମିଲନାଡୁରେ ଲୋକେ ଟ୍ୱିଟରରେ ରିଜେକ୍ଟ ଜମାଟୋ ଟ୍ରେଣ୍ଡ କରାଇଥିଲେ।
ସୋସିଆଲ ମିଡିଆରେ ଟ୍ରେଣ୍ଡ ହେବାପରେ ଜମାଟୋ କର୍ତ୍ତୃପକ୍ଷ ମାମଲାରେ ଗ୍ରାହକଙ୍କୁ କ୍ଷମା ନିବେଦନ କରିବା ସହ ଗ୍ରାହକଙ୍କ ସହ ଏପରି ଆଚରଣ କରିଥିବା କର୍ମଚାରୀଙ୍କୁ ପ୍ରଥମେ ଚାକିରୀରୁ ବାହାର କରିଦେଇଥିଲେ। ତେବେ ଗ୍ରାହକଙ୍କ ଅନୁରୋଧ ପରେ ପୁଣି ଜମାଟୋ ତାଙ୍କୁ ଚାକିରୀରେ ନିଯୁକ୍ତ କରିଛନ୍ତି। ଗ୍ରାହକଙ୍କ ବକେୟା ଅର୍ଥମଧ୍ୟ ଫେରାଇଛନ୍ତି। ତାମିଲନାଡୁର ଭି.ବିକାଶ ଜମାଟୋରେ ଦୁଇଟି ଚିକେନ ରାଇସବାଉଲ କମ୍ବୋ ଅର୍ଡର କରିଥିଲେ।
ତେବେ ଡେଲିଭରି ବଏ ତାଙ୍କ ଘରେ ଚିକେନ ଓ ରାଇସ ପହଞ୍ଚାଇଥିଲା। ଏଥିରେ ବିକାଶ ଜୋମାଟୋ କଷ୍ଟମର କେୟାର ସହ ସମ୍ପର୍କ କରିବାରୁ ଅର୍ଡର ନେଇ ପ୍ରଥମେ ସେ ମଗାଇଥିବା ହୋଟେଲରୁ କନଫର୍ମ ହେବାକୁ ପରାମର୍ଶ ଦେଇଥିଲେ। ଏ ନେଇ ସେ ହୋଟେଲ ସହ ସମ୍ପର୍କ କରିବାରୁ ଏପରି ଅର୍ଡର ନଥିବା ଓ ଏ ବାବଦେ ସେ କରିଥିବା ପୈଠ ଜମାଟୋକୁ ଫେରସ୍ତ ମାଗନ୍ତୁ ବୋଲି କହିଥିଲା। ଏ ନେଇ ବିକାଶ ପୁଣି କଷ୍ଟମର କେୟାର ସହ ସମ୍ପର୍କ କରିଥିଲେ। ଏବାବଦେ କଷ୍ଟମର କେୟାର ସହ ହୋଇଥିବା ଚାଟ୍ ବିକାଶ ତାଙ୍କ ସୋସିଆଲ ମିଡିଆରେ ଅପଲୋଡ କରିଦେଇଥିଲେ।
ଏଥିରେ ଜୋମାଟୋ କଷ୍ଟମର କେୟାର ଭାଷାଗତ ବ୍ୟବଧାନ ଲାଗି ରିଫଣ୍ଡ ବ୍ୟବସ୍ଥା କରାଇପାରୁନଥିବାର ଅକ୍ଷମତା ଜଣାଇଥିଲେ। ତେବେ ଯେହେତୁ ଜମାଟୋ ତାମିଲନାଡୁରେ ସଞ୍ଚାଳିତ ହେଉଛନ୍ତି ତେହେତୁ ଆଞ୍ଚଳିକ ଭାଷା ସହ ତାଙ୍କର ସମ୍ପର୍କ ରହିବା କଥା ଓ ମୋର ରିଫଣ୍ଡ ବ୍ୟବସ୍ଥା କରନ୍ତୁ। ଏଥିରେ କଷ୍ଟମର କେୟାର ହିନ୍ଦୀ ରାଷ୍ଟ୍ରୀୟ ଭାଷା ହୋଇଥିବାରୁ ସମ୍ପୂର୍ଣ୍ଣ ନ ହେଲେବି ସାମାନ୍ୟ ହିନ୍ଦୀ ଜ୍ଞାନ ରଖିବା ଦରକାର ବୋଲି ଦେଇଥିବା ପରାରମର୍ଶ ଜୋମାଟୋ ଲାଗି ନୂଆ ସମସ୍ୟା ଛିଡା କରିଥିଲା। ଲୋକେ ହିନ୍ଦୀକୁ ଜାତୀୟ ଭାଷା କୁହାଯିବାରୁ ଟ୍ୱିଟରରେ ରିଜେକ୍ଟ ଜୋମାଟୋ ଟ୍ରେଣ୍ଡ କରାଇଥିଲେ। ଏଥିରେ ଜୋମାଟୋ କର୍ତ୍ତୃପକ୍ଷ ଅଧିକାରୀକ ଟ୍ୱିଟରରେ କ୍ଷମାଯାଚନା ଅପଲୋଡ କରିବା ସହ କର୍ମଚାରୀଙ୍କୁ ଚାକିରୀରୁ ବାହର କରିଦେଇଥିବାର ସୂଚିତ କରିଥିଲେ। ଏହାର ଜବାବରେ କର୍ମଚାରୀଙ୍କୁ କାଢି ଦେବା ବଦଳେ ତାଙ୍କୁ ସ୍ଥାନୀୟ ଭାଷାରେ ପ୍ରଶିକ୍ଷିତ କରିବା ଲାଗି ଗ୍ରାହକ ପରାମର୍ଶ ଦେବା ପରେ କର୍ତ୍ତୃପକ୍ଷ ତାଙ୍କୁ ପୁଣି ଚାକିରୀରରେ ବହାଲ କରିଛନ୍ତି।