ଏଣିକି ଚିନୁକ୍ ହେଲିକପ୍ଟର ଉଡ଼ାଇବେ ଭାରତୀୟ ମହିଳା ପାଇଲଟ । ଏଥିପାଇଁ ପ୍ରଥମ ଥର ପାଇଁ ଦୁଇଜଣ ମହିଳା ପାଇଲଟଙ୍କୁ ହେଲିକପ୍ଟର ଉଡ଼ାଇବାକୁ ନିୟୋଜିତ କରାଯିବ । ଏହି ୨ମହିଳାଙ୍କୁ ଚିନୁକ ହେଲିକପ୍ଟର ଉଡ଼ାଇବାକୁ ସୁଯୋଗ ଦେଇଛି ବାୟୁସେନା ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍କ୍ୱାଡନ ଲିଡର ପାରୁଲ ଭରଦ୍ୱାଜ ଏବଂ ସ୍ଵାତି ରାଠୋର ଋଷ ଦ୍ୱାରା ନିର୍ମିତ ଏମଆଇ ୧୭ଭି୫ ହେଲିକପ୍ଟର ଉଡାଉଥିବାବେଳେ ବର୍ତ୍ତମାନ ସେମାନଙ୍କୁ ଚଣ୍ଡିଗଡ଼ ଏବଂ ଆସାମର ମୋହନବାରୀରେ ଥିବା ଚିନୁକ୍ ୟୁନିଟକୁ ବଦଳି କରାଯାଇଛି ।
ସୂଚନା ଥାଉ କି ଆମେରିକାରୁ ଚିନୁକ୍ ହେଲିକପ୍ଟର ମିଳିଥିବାବେଳେ ୨୦୧୯ରେ ପ୍ରଥମ ଥର ପାଇଁ ଏହା ଭାରତୀୟ ବାୟୁସେନାରେ ଅନ୍ତର୍ଭୁକ୍ତ କରାଯାଇଥିଲା ।