ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଯାହାର ପ୍ରଭାବ ସାରା ବିଶ୍ୱର ସେୟାର ବଜାର ଉପରେ ପଡିଛି । ଭାରତୀୟ ସେୟାର ବଜାର ମଧ୍ୟ ଏଥିରେ ପ୍ରଭାବିତ ହୋଇଛି । ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୭୦୦ ପଏଣ୍ଟ ଖସିଛି । ସେହିପରି ନିଫ୍ଟି ମଧ୍ୟ ୧୦୦ ଅଙ୍କ ତଳକୁ ଖସିଛି । ଶୁକ୍ରବାର ସେୟାର ବଜାର ନାଲି ଅଙ୍କରେ ଖୋଲିଥିଲା । ୫୮୦ ପଏଣ୍ଟ ଖସି ମାର୍କେଟ ୫୪୬୫୩.୫୯ ପଏଣ୍ଟରେ ଖୋଲିଥିଲା । ୯ଟା ୨୦ ବେଳକୁ ୭୪୪.୦୭ ହ୍ରାସ ପାଇଥିଲା ସେନସେକ୍ସ । ସେହିପରି ଗୁରୁବାର ମାର୍କେ ୫୫୧୦୨.୬୮ରେ ବନ୍ଦ ହୋଇଥିଲା ।
ନିଫ୍ଟି ୨୦୦ ଅଙ୍କ ତଳେ
ନିଫ୍ଟିରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ସକାଳ ୯ଟା ୨୦ ସୁଦ୍ଧା ନିଫ୍ଟି ୨୧୬.୫୦ ଅଙ୍କ ହ୍ରାସ ପାଇ ୧୬୨୮୧.୫୫କୁ ଖସିଥିଲା । ଗୁରୁବାର ଏହା ୧୬୪୯୮.୦୫ରେ ବନ୍ଦ ହୋଇଥିଲା । ସେୟାର ବଜାରରେ ହ୍ରାସ ସତ୍ତ୍ୱେ ଟାଟା ଷ୍ଟିଲ୍ ଭଲ କାରବାର କରିଛି । କମ୍ପାନୀର ବେସ୍ ପ୍ରାଇସ ୦.୯ ପ୍ରତିଶତ ବୃଦ୍ଧି ପାଇ ୧୩୧୫.୧୦ ଟଙ୍କାରେ ପହଁଚିଛି । ଏହା ବ୍ୟତୀତ ଏନଟିପିସି, ଆଇଟିସିର ସେୟାର ମଧ୍ୟ ଭଲ କାରବାର କରୁଥିବା ଦେଖିବାକୁ ମିଳିଛି ।