Breaking PLUSଦେଶମୁଖ୍ୟ ଖବର
୫ ଦିନିଆ ଇସ୍ରାଏଲ୍ ଗସ୍ତରେ ବୈଦେଶିକ ମନ୍ତ୍ରୀ

ଆଜିଠାରୁ ୫ ଦିନିଆ ଇସ୍ରାଏଲ୍ ଗସ୍ତରେ ଯାଉଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବା ବୈଦେଶିକ ମନ୍ତ୍ରୀ ୟାଇର୍ ଲାପିଡ୍ଙ୍କ ନିମନ୍ତ୍ରଣ କ୍ରମେ ସେ ଇସ୍ରାଏଲ୍ ଗସ୍ତରେ ଯାଉଛନ୍ତି । ବୈଦେଶିକ ମନ୍ତ୍ରୀ ହେବା ପରେ ଶ୍ରୀ ଜୟଶଙ୍କରଙ୍କର ଏହା ପ୍ରଥମ ଇସ୍ରାଏଲ୍ ଗସ୍ତ । ସେ ତାଙ୍କ ସହ ଦ୍ୱିପକ୍ଷିୟ କଥାବାର୍ତ୍ତା କରିବେ । ସେ ଇସ୍ରାଏଲ୍ ରାଷ୍ଟ୍ରପତି ଓ ବାଚସ୍ପତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।
ଶ୍ରୀ ଜୟଶଙ୍କର ଇସ୍ରାଏଲ୍ରେ ଅବସ୍ଥାପିତ ଭାରତୀୟ ବଂଶୋଦ୍ଭବ ୟୁହିଦିମାନଙ୍କୁ ଭେଟିବା ସହ ଭାରତ ଉପରେ ଅଧ୍ୟୟନ କରୁଥିବା ବିଦ୍ୱାନ, ସେଠାରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନଙ୍କ ସହ କଥାବାର୍ତ୍ତା କରିବେ । ବୈଦେଶିକ ମନ୍ତ୍ରଣାଳୟ କହିଛି, ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ପ୍ରାଣବଳୀ ଦେଇଥିବା ଭାରତୀୟ ଯବାନମାନଙ୍କୁ ଏହି ଅବସରରେ ସେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ ।